ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶପୂଜା ପାର୍ବଣଭକ୍ତିସ୍ୱତନ୍ତ୍ର

ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରୁଛନ୍ତି ସଧବା

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଏଥିପାଇଁ ସକାଳୁ ସମସ୍ତ ସଧବା ନାରୀ ରଙ୍ଗବେରଙ୍ଗର ଶାଢୀ , ହାତରେ ଚୁଡି , ମଥାରେ ସିନ୍ଦୁର ନାଇ ଏବଂ ହାତରେ ଭଳିକିଭଳି ଫଳଡାଲା ଧରି ମନ୍ଦିର ଯାଇ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଛନ୍ତି ।

ଓଡ଼ିଆ ଘରର ପରମ୍ପରା ଅନୁଯାୟୀ, ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। ମହିଳାମାନେ ଉପବାସ ରଖିବା ସହ କେହି କେହି ଘରେ ପୂଜାର୍ଚ୍ଚନା କରୁଥିବା ବେଳେ କେହି କେହି ମନ୍ଦିର ଯାଇ ଦେବାଦବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ସ୍ବାମୀଙ୍କ ଦୀର୍ଘଜୀବନ କାମନା କରିଥାନ୍ତି।

ପୌରାଣିକ ଅନୁଯାୟୀ, ମହାସତୀ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କୁ ଯମରାଜାଙ୍କ ନିକଟରୁ ଫେରାଇ ଆଣିବା ପାଇଁ ଏହି ବ୍ରତ ପାଳନ କରିଥିଲେ। ଏହା କେବଳ ପତ୍ନୀ ସାବିତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଥିଲା ।  ସେହିଦିନଠାରୁ ଓଡ଼ିଶାର ପୁରପଲ୍ଲୀରେ ମହିଳାମାନେ ଏହି ବ୍ରତ ପାଳନ କରିଆସୁଛନ୍ତି।

Show More

Related Articles

Back to top button