
ୟୁକ୍ରେନ-ଋଷକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନ ଉପରେ ପୁଣି ଆକ୍ରମଣ ଜୋରଦାର୍ କରିଛି ରୁଷ । ରୁଷର ରକେଟ୍, ଡ୍ରୋନ୍ ଓ ମିଜାଇଲ୍ ଆକ୍ରମଣରେ ୟୁକ୍ରେନରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।
ମୃତକଙ୍କ ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କ ସମେତ ଦୁଇଜଣ ଶିଶୁ ଅଛନ୍ତି। ୟୁକ୍ରେନର ଜାପୋରିଝ୍ଝିଆ ଅଂଚଳରେ ସାଧାରଣ ଲୋକଙ୍କ କାରକୁ ଟାର୍ଗେଟ୍ କରି ରୁଷ ଏହି ଆକ୍ରମଣ କରିଛି।
ରୁଷ୍ ନିୟନ୍ତ୍ରଣାଧୀନ ଅଞ୍ଚଳ ମଧ୍ୟକୁ ଯିବା ଲାଗି ଉକ୍ତ ବେସାମରିକ ଯାନଗୁଡ଼ିକ ଅପେକ୍ଷା କରିଥିବା ବେଳେ ରୁଷ ସେନା ଏହି ଆକ୍ରମଣ କରିଥିଲା। ଏଥିରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଏନେଇ ଜାପୋରିଝ୍ଝିଆ ଗଭର୍ଣ୍ଣର୍ ସୂଚନା ଦେଇଛନ୍ତି ।