ଦେଶ ବିଦେଶସ୍ୱତନ୍ତ୍ର

ୟୁକ୍ରେନ୍‌ ଉପରେ ରୁଷିଆର କ୍ଷେପଣାସ୍ତ୍ର ବର୍ଷଣ

ଋଷିଆ ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ରୁଷ୍‌ ଓ କ୍ରାଇମିଆକୁ ସ‌ଂଯୋଗ କରୁଥିବା କ୍ରଚ୍‌ ସେତୁରେ ଘଟିଥିବା ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କରି ସୋମବାର ଦିନ ରୁଷ୍‌ ରାଜଧାନୀ କିବ୍‌ ସମେତ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷଣ କରିଛି।

ୟୁକ୍ରେନ୍‌ ସେନା କହିଛି ଯେ, ରୁଷ୍‌ ସେମାନଙ୍କ ଉପରକୁ ୮୪ଟି କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରୁଷ୍‌ ବହୁସଂଖ୍ୟକ କ୍ଷେପଣାସ୍ତ୍ର ଓ ଇରାନ୍‌ ନିର୍ମିତ ଡ୍ରୋନ୍‌ ନିକ୍ଷେପ କରିଛି।

ୟୁକ୍ରେନୀୟ ଜେନେରାଲ୍‌ ଭାଲେରି ଜାଲୁଝ୍‌ନି କହିଛନ୍ତି, ଆତଙ୍କବାଦୀ ଦେଶ ରୁଷ୍‌ ୟୁକ୍ରେନ୍‌ ଭିତରେ ବ୍ୟାପକ କ୍ଷେପଣାସ୍ତ୍ର, ବିମାନ ଓ ଡ୍ରୋନ୍‌ ଆକ୍ରମଣ କରିଛି। ସେଥିରୁ ୪୧ଟିକୁ ଆମ ‘ଏୟାର୍‌ ଡିଫେନ୍‌ସ୍‌’ଦ୍ବାରା ଖସାଇ ଦିଆଯାଇଛି।

ୟୁକ୍ରେନ୍‌ର ଜରୁରୀ ସେବା କହିଛି, ପଶ୍ଚିମର ଲିଭିଭ୍‌ରୁ ଆରମ୍ଭ କରି ପୂର୍ବରେ ଖାର୍କିଭ୍‌ ପର୍ଯ୍ୟନ୍ତ ଅନ୍ୟୂନ ୧୪ଟି ଅଞ୍ଚଳ ଉପରେ ଜଳ, ସ୍ଥଳ ଓ ଆକାଶରୁ ରୁଷ୍‌ କରିଥିବା ଆକ୍ରମଣରେ ସକାଳ ବେଳା ପ୍ରାୟ ୧୦୦ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

 

Show More

Related Articles

Back to top button