
ଶପଥ ନେବେ ଋଷି ସୁନକ । ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ କନଜରଭେଟିଭ୍ ଦଳର ନେତା ଅଥବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଅପରାହ୍ନରେ ବକିଙ୍ଗହମ୍ ପ୍ୟାଲେସରେ କିଙ୍ଗ ଚାର୍ଲ୍ସଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।
ସୁନକଙ୍କ ପୂର୍ବରୁ ୪୪ ଦିନ କ୍ଷମତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଲିଜ୍ ଟ୍ରସ୍। ତେବେ ଟ୍ରସ୍ ରାଜଭବନ ଛାଡିବା ପରେ ସୁନକ କିଙ୍ଗ ଚାର୍ଲ୍ସଙ୍କ ସହ ଏକ ବୈଠକ କରିବେ। ଯେଉଁଠାରେ ତାଙ୍କୁ ରାଜାଙ୍କ ଦ୍ବାରା ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବ। ସେହିପରି ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୪ଟାରେ ଉଦବୋଧନ ଦେବେ।