Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପରମାଣୁ ବୋମାକୁ ନେଇ ୟୁକ୍ରେନକୁ ରୁଷର ଧମକ

ୟୁକ୍ରେନକୁ ଏପରି ଧମକ ଦେଇଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ୟୁକ୍ରେନକୁ ଏପରି ଧମକ ଦେଇଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ‘ୟୁକ୍ରେନ କରୁଛି ‘ଡାର୍ଟି ବମ୍‌ ‘। ଏହା ଏକ ପରମାଣୁ ବୋମା ହୋଇଥିବାରୁ ଏହାକୁ ପକାଇ ସେ ଆମକୁ ଛାରଖାର କରିବାକୁ ଟାର୍ଗେଟ ରଖିଛି। ହେଲେ ୟୁକ୍ରେନର ମନସ୍କାମନା ପୂରଣ କରିବାକୁ ଦେବନି ରୁଷ୍ । ଆମେ ତା ଅସ୍ତିତ୍ୱକୁ ମାଟିରେ ମିଶାଇ ଦେବୁ। ହେଲେ ପରମାଣୁ ବୋମା ପ୍ରସ୍ତୁତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ । ରୂଷ ନିଜ ଜିଦ୍‌ରୁ ହଟୁ ନ ଥିବା ବେଳେ ଦିନକୁ ଦିନ ଆକ୍ରମଣାତ୍ମକ ଢ଼ଙ୍ଗରେ ୟୁକ୍ରେନ ଉପରକୁ ହାମଲା କରି ଚାଲିଛି। ରୁଷ-ୟୁକ୍ରେନ ଯୁଦ୍ଧରେ ପାଶ୍ଚାତ ଦେଶ ପ୍ରତ୍ୟକ୍ଷ ଭାବେ ସାମିଲ ହେଉ ନ ଥିଲେ ମଧ୍ୟ ୟୁକ୍ରେନକୁ ସହଯୋଗ କରୁଛନ୍ତି। ଏପରିକି ରୁଷ ଉପରେ ବୋମା ମାଡ଼ ହେଉ ନ ଥିଲେ ବି ଆରମ୍ଭ କରିଦେଲେଣି ଆର୍ଥିକ ଘେରାବନ୍ଦୀ। ଏପରିକି ରୁଷରେ ବିଭିନ୍ନ ଦେଶ ରୁଷକୁ ଘେରିବାକୁ ଚେଷ୍ଟା କରି ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଏହାକୁ ସହଜେ ଗ୍ରହଣ କରିବା କିମ୍ବା ପଛକୁ ହଟିବା ମୁଡରେ ନାହାନ୍ତି ପୁଟିନ । ବହୁ ବହୁଦେଶୀୟ କମ୍ପାନୀ ରୁଷରେ ନିଜ ଅପରେସନ ଓ ସର୍ଭିସକୁ ବନ୍ଦ କରି ଦେଇଛନ୍ତି। ଫଳରେ ଡଲାର ତୁଳନାରେ ରୁବେଲ ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ଏହାକୁ ସହଜେ ହଜମ କରିପାରୁ ନ ଥିବା ପୁଟିନ ବିଳିବିଳେଇବାକୁ ଆରମ୍ଭ କଲେଣି। ଏପରିକି ୟୁକ୍ରେନ ପରମାଣୁ ବୋମା କରୁଥିବା ଅଭିଯୋଗ ଆଣି ବିଶ୍ୱ ମାନଚିତ୍ରରୁ ତା’ର ଚିହ୍ନବର୍ଣ୍ଣ ହଟାଇ ଦେବାକୁ ମଧ୍ୟ ଧମକ ଦେଲେଣି। ଏପରିକି ରୁଷର ରକେଟ ମାଡ଼ରେ ନଷ୍ଟ ହୋଇଥିବା ପରମାଣୁ ପ୍ଲାଣ୍ଟରେ ହିଁ ୟୁକ୍ରେନ ଏହି ବୋମା ତିଆରି କରୁଥିବା ଦାବି କାରୁଛି ରୁଷ । ହେଲେ ଏହାକୁ ଖଣ୍ଡନ କରିଛି ୟୁକ୍ରେନ ସରକାର। ଏନେଇ କୁହାଯାଇଛି, ୧୯୯୪ ମସିହାରେ ପରମାଣୁ ଅସ୍ତ୍ର ଛାଡ଼ିବା ପରେ ପୁଣି ଥରେ ପରମାଣୁ କ୍ଲବରେ ସାମିଲ ହେବାର ୟୁକ୍ରେନର କୌଣସି ଲକ୍ଷ୍ୟ ନାହିଁ। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁନି ରୁଷ। ଏହିଭଳି ଲଗାଦାର ଭାବେ ଯୁଦ୍ଧ ଚାଲିଛି । ତେବେ ଏହି ଯୁଦ୍ଧ ବିଶ୍ୱ ଯୁଦ୍ଧର ରୂପ ନେବାକୁ ଯାଉଛି । ତେବେ କ’ଣ ହେବ ତାହା ସମୟ ହିଁ କହିବ ।

 

 

 

 

 

Show More

Related Articles

Back to top button