Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଋଷୀୟ ପ୍ରତିରକ୍ଷା ମିସାଇଲ ସିଷ୍ଟମ ଏସ-400ର ନାମ ସୁଦର୍ଶନ ରଖିଲା ବାୟୁସେନା

ନୂଆଦିଲ୍ଲୀ, 8 ନଭେମ୍ବର – ଋଷୀୟ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଏସ-400ର ନାମ ଭାରତୀୟ ବାୟୁ ସେନା ପକ୍ଷରୁ ଭଗବାନ କୃଷ୍ଣଙ୍କ ଅସ୍ତ୍ର ସୁଦର୍ଶନ ଚକ୍ର ନାମରେ ସୁଦର୍ଶନ ରଖାଯାଇଛି । ଏବେ ସୁଦ୍ଧା 3 ସ୍କ୍ୱାଡ୍ରନ ଭାରତ ଆସିସାରିଛି । ଅନ୍ୟ ଦୁଇଟି 2024 ସୁଦ୍ଧା ଭାରତ ଆସିବାର ଯୋଜନା ରହିଛି ।
ତେବେ ବାୟୁସେନା ପ୍ରଥମ ଥର ଭାରତୀୟ ସେନା ସହ ଚୀନ ସୀମାନ୍ତର ଉତ୍ତର-ପୂର୍ବ କ୍ଷେତ୍ରରେ ହୋଇଥିବା ‘ଆକାଶ ପୂର୍ବୀ’ ଅଭ୍ୟାସରେ ଏସ-400କୁ ସାମିଲ କରିଛି । ଅନ୍ୟପଟେ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ୟ ଦୁଇଟି ଏସ-400 ଭାରତ ଆସିବାରେ ବିଳମ୍ବ ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଭାରତ ନିଜେ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ-400 ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ।
ଚୀନ ଓ ପାକିସ୍ତାନର ବିପଦକୁ ଦେଖି ଭାରତକୁ ଶକ୍ତିଶାଳୀ ଋଷୀୟ ଏୟାର ଡିଫେନ୍ସ ସିଷ୍ଟମ ଏସ-400ର ଆବଶ୍ୟକତା ରହିଥିଲା । ଏଥିପାଇଁ ପୂର୍ବ ବାୟୁସେନା ପ୍ରମୁଖ ଚିଫ୍ ମାର୍ଶଲ ଆରକେଏସ ଭଦୋରିୟାଙ୍କ କାର୍ଯ୍ୟକାଳରେ ଭାରତ-ଋଷ ମଧ୍ୟରେ 5ଟି ସ୍କ୍ୱାଡ୍ରନ ଏସ-400 ମିସାଇଲ ସିଷ୍ଟମ ପାଇଁ 35ହଜାର କୋଟିର ବୁଝାମଣା ହୋଇଥିଲା ।

Show More

Related Articles

Back to top button