ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

କିଭ୍‌ର ୩ଟି ସହର ଉପରେ ଭୟଙ୍କର ମିଶାଇଲ ଆକ୍ରମଣ କଲା ରୁଷ

ମସ୍କୋ: ମୈଦାନ ଛାଡ଼ି ନାହିଁ ରୁଷ। ଗତ ୧୧ ମାସ ହେବ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷ ନିଜ ଲକ୍ଷ ହାସଲ ନହେବା ପର୍ଯ୍ୟନ୍ତ ଓହରି ଯିବାର ସଙ୍କେତ ଦେଉ ନାହିଁ। ପୂର୍ବରୁ ଯେଉଁ ଘମାଘୋଟ ଲଢ଼େଇ ହେଉଥିଲା ତାହା ମଝିରେ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି ଆକ୍ରାମାତ୍ମକ ହୋଇଛି ରୁଷ। ୟୁକ୍ରେନର ରାଜଧାନୀରେ ପହଞ୍ଚିଥିବା ରୁଷ ସେନା ନିକଟରେ ଏକ ବଡ଼ଧରଣର ମିସାଇଲ ଆଟାକ କରିଛି। କିଭ୍‌ର ୩ଟି ସହର ଉପରେ ଅତି ଭୟଙ୍କର ମିଶାଇଲ ଆକ୍ରମଣ କରିଛି ରୁଷ। ଏହି ଆକ୍ରମଣ ପାଇଁ ରୁଷକୁ ଦାୟୀ କରି ୟୁକ୍ରେନ୍ ବିଷୋଦଗାର କରିଛି। କିଭ୍‌ରେ ଥିବା ପ୍ରମୁଖ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ କରିଛି ରୁଷ।

କିଭର ଦକ୍ଷିଣ କ୍ରଭିରିହ ଏବଂ ଉତ୍ତର ଖାରକିଭରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆକ୍ରମଣ ପରେ ଖାରକିଭ ସହର ଅନ୍ଧାର ହୋଇଯାଇଛି। ବିନା ବିଜୁଳିରେ ଲୋକେ ଅନ୍ଧାରରେ ଅଛନ୍ତି। ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର ପରେ ରୁଷିଆ ୟୁକ୍ରେନ୍ ଉପରେ ସେହି ମିଶାଇଲରେ ଆକ୍ରମଣ କରୁଛି, ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ରୁଷିଆକୁ ଦେଇଥିଲା । ଅସଲ କଥା ହେଲା ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ନିକଟରେ ବିଶ୍ୱର ସବୁଠାରୁ ତୃତୀୟ ବଡ ପରମାଣୁ ଅସ୍ତ୍ରଶସ୍ତ୍ରର ଗଚ୍ଛିତ ଭଣ୍ଡାର ରହିଥିଲା ।

ଆର୍ଥିକ ସଙ୍କଟର ସାମ୍ନା କରୁଥିବା ୟୁକ୍ରେନ୍ ଆମେରିକା ଓ ୟୁରୋପର ଚାପରେ ନିଜ ପରମାଣୁ ଅସ୍ତ୍ର ତ୍ୟାଗ କରିବାକୁ ସ୍ଥିର କରିଥିଲା । ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି, ୧୯୭୦ ଦଶକରେ ୟୁକ୍ରେନରେ ନିର୍ମାଣ କରାଯାଇଥିବା କେଏଚ-୫୫ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଧ୍ୱଂସାବଶେଷ ରୁଷିଆର ଆକ୍ରମଣ ପରେ ୟୁକ୍ରେନର ଖ୍ମେଲନିତ୍ସକି ଅଞ୍ଚଳରେ ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି କେବଳ ଏହି କ୍ଷେପଣାସ୍ତ୍ର ୟୁକ୍ରେନରେ ନୁହେଁ, ବରଂ ଏହାକୁ ଚଳାଇଥିବା ଟିୟୁ-୧୬୦ ବିସ୍ଫୋରଣକାରୀ ମଧ୍ୟ ୟୁକ୍ରେନରେ ନିର୍ମାଣ କରାଯାଇଥିଲା ।

Show More

Related Articles

Back to top button