Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପ୍ରତି ୩୦ ମିନିଟ୍ ବ୍ୟବଧାନରେ ୟୁକ୍ରେନ୍ ଉପରେ ଋଷର ବୋମାମାଡ

ଚର୍ତୁପାର୍ଶ୍ୱରେ ଶୁଭୁଛି କେବଳ ବୋମା ଓ ମିଶାଇଲର ବିସ୍ଫୋରଣର ଶବ୍ଦ

ହାଇଦ୍ରାବାଦ : ଋଷ-ୟୁକ୍ରେନର ଘମାଘୋଟ ଯୁଦ୍ଧକୁ ୧୬ ଦିନ ପୁରିଲାଣି କିନ୍ତୁ ଥମିବାର ନାଁ ଧରୁନି ।  ଥମିବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ଚର୍ତୁପାର୍ଶ୍ୱରେ ଶୁଭୁଛି କେବଳ ବୋମା ଓ ମିଶାଇଲର ବିସ୍ଫୋରଣର ଶବ୍ଦ ।  ପ୍ରତି ୩୦ ମିନିଟ ବ୍ୟବଧାନରେ ୟୁକ୍ରେନ ସହର ଉପରେ ବୋମା ବର୍ଷା କରୁଛି ଋଷ । ସ୍ଥାନୀୟ ବାସିନ୍ଦାଙ୍କ ଛାତି ଥରାଇ ଦେଉଛି ବୋମା ଏବଂ ମିସାଇଲ ମାଡ଼ । ଶବ୍ଦରେ ଅତିଷ୍ଠ ହୋଇପଡ଼ିଲେଣି ସମଗ୍ର ୟୁକ୍ରେନବାସୀ ।

ଏକ ସୋସିଆଲ ମିଡିଆ ପୋଷ୍ଟରେ ମାରିଅପୋଲ ମେୟର ଭାଡିମ ବଏଚେଙ୍କୋମେୟର ସ୍ବୀକାର କରିଛନ୍ତି ଯେ ଗତ କିଛିଦିନ ହେବ ଋଷ  ୟୁକ୍ରେନ ରଣନୈତିକ ବନ୍ଦର ସହରରେ ନିର୍ଦ୍ଦୟ ଭାବରେ ଗୁଳି ଚଳାଇଥିଲା। ଯେଉଁଥିରେ ଅନେକ ନୀରିହଙ୍କ ଜୀବନ ଯାଇଛି । ଜାପୋରିଜିଆରୁ ମାରିଅପୋଲକୁ ମାନବିକ ସହାୟତା ପ୍ରଦାନରେ ଋଷ ବ୍ୟାଘାତ ସୃଷ୍ଟି କରିଥିବା ମଧ୍ୟ ମେୟର ଅଭିଯୋଗ କରିଛନ୍ତି। ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ପାଇଁ ବ୍ୟବହୃତ ହେଉଥିବା କନଭୋ ଏବଂ ‘ସବୁଜ କରିଡର’କୁ ଋଷ ବାହିନୀ ଆକ୍ରମଣ କରିଛି । ମାରିଅପୋଲର ନଗର ପରିଷଦର ପ୍ରାଥମିକ ଆକଳନ ଅନୁଯାୟୀ, ଅବରୋଧିତ ହେବାର 10 ଦିନ ମଧ୍ୟରେ ପ୍ରାୟ 1300 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଉକ୍ରାୟିନସ୍କା ପ୍ରଭଡା ଖବରକାଗଜ ରିପୋର୍ଟ ମୁତାବକ, ସାମୟିକ ଅକ୍ତିଆର ହୋଇଥିବା ଅଞ୍ଚଳର ପୁନନିର୍ମାଣ ମନ୍ତ୍ରୀ ଇରିନା ଭେରେସ୍କୁ ଗୁରୁବାର ଦିନ ଏକ ଭିଡିଓ ଜରିଆରେ କହିଛନ୍ତି ଯେ ଋଷର ସୈନ୍ୟବାହିନୀର କ୍ରମାଗତ ଗୁଳି ବିନିମୟ ହେତୁ ମାରିଅପୋଲରୁ ଜାପୋରିଜିଆ ପର୍ଯ୍ୟନ୍ତ ମାନବିକ କରିଡରରୁ କୌଣସି ଥଇଥାନ ହୋଇପାରିବ ନାହିଁ। ମ୍ୟାରିଆପୋଲର ପରିସ୍ଥିତି ଏକ ମାନବିକ ବିପର୍ଯ୍ୟୟ ।

ମନ୍ତ୍ରୀ ଭେରେସ୍କୁ ଆହୁରି ମଧ୍ୟ କହିଛନ୍ତି ଯେ ରଣନୈତିକ ଦକ୍ଷିଣ ବନ୍ଦର ସହରରୁ ସାଧାରଣ ନାଗରିକଙ୍କୁ ଯୋଜନାବଦ୍ଧ ସ୍ଥାନାନ୍ତର କରିବାରେ ଋଷ ବାଧା ସୃଷ୍ଟି କରୁଛି।

Show More

Related Articles

Back to top button