ଦେଶମନୋରଞ୍ଜନ

ଜାପାନରେ ଜବରଦସ୍ତ କମାଲ ଦେଖାଉଛି ‘RRR’,ଭାଙ୍ଗୁଛି ରେକର୍ଡ

ଶୁକ୍ରବାର ଦିନ ଜାପାନରେ ମୁକ୍ତିଲାଭ କରିଛି ‘ଆରଆରଆର’। ଏସ୍ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘RRR ଜାପାନରେ ଜବରଦସ୍ତ କମାଲ ଦେଖାଉଛି  । ଭାଙ୍ଗୁଛି ଗୋଟେ ପରେ ଗୋଟେ ରେକର୍ଡ । ୱାର୍ଲ୍ଡ ୱାଇଡ୍‌ରେ ପ୍ରାୟ ୧୨୦୦ କୋଟି କଲେକସନ୍‌ କରିବାରେ ସଫଳ ହୋଇଛି ଏହି ଚଳଚ୍ଚିତ୍ର । ସମାଲୋଚକମାନଙ୍କ ଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ଏହାକୁ ଉଚ୍ଚ ପ୍ରଶଂସା କରୁଥିବାବେଳେ ପ୍ରଭାସଙ୍କ ‘ସାହୋ’କୁ ମଧ୍ୟ ପଛରେ ପକାଇଛି ଏହି ଫିଲ୍ମ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ୧୮ ମିଲିୟନ ଜାପାନିଜ୍ କଲେକସନ୍‌ କରିଛି। ଯାହାକି ପ୍ରାୟ ୧.୦୬ କୋଟି ଟଙ୍କା । ଏହାପୂର୍ବରୁ ‘ସାହୋ’ ପ୍ରଥମ ଦିନରେ ୯୦ ଲକ୍ଷ କଲେକସନ୍‌ କରିଥିଲା। ରିପୋର୍ଟ ଅନୁଯାୟୀ, ଫିଲ୍ମ ସପ୍ତାହ ଶେଷରେ ୩.୫ କୋଟି ଟଙ୍କା ସଂଗ୍ରହ କରିପାରିବ।

‘RRR’ ନିର୍ଦ୍ଦେଶକ ରାଜାମୌଲି, ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ସମେତ ଫିଲ୍ମର ଟିମ୍‌ର ପ୍ରମୋସନ ପାଇଁ ଜାପାନରେ ଅଛନ୍ତି। ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଶନିବାର ଦିନ ଘୋଷଣା କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ‘ଆରଆରଆର’ ପ୍ରଦର୍ଶିତ ହେବ।

Show More

Related Articles

Back to top button