ଓଡ଼ିଶା
ସଡକ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ
ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ନିକଟରେ ଘଟିଛି ଦୁର୍ଘଟଣା ।

ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ରାୟଗଡ଼ାଠାରୁ ନିଜ ଗ୍ରାମ କୋଟୁପାଡୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି ।
ମୃତକ ହେଲେ କଟୁପାଡ଼ୁ ଗାଁର ସର୍ବେଶ୍ବର ବରା ଓ ମୁର୍ତେଲି ଗାଁର ଆନନ୍ଦ କୁମୁରୁକା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।