Breaking PLUSଦେଶମୁଖ୍ୟ ଖବର

ଚିତ୍ରକୂଟରେ ସଡକ ଦୁର୍ଘଟଣା, 5ମୃତ

ଚିତ୍ରକୂଟ-ଉତ୍ତର ପ୍ରଦେଶର ଝାନସୀ-ମିରଜାପୁର ହାଇୱେରେ ଆଜି ସକାଳ ପ୍ରାୟ ସାଢେ 5ଟା ବେଳେ ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ ହୋଇଛି । ଓଭରଟେକ କରୁଥିବା ଏକ ଅଟୋକୁ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ଅଟୋରେ ବସିଥିବା 3ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇଜଣ ଆଖି ବୁଜିଛନ୍ତି । ତିନି ଆହତଙ୍କ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା କାହାରି ପରିଚୟ ଜଣାପଡିନି । ଅନ୍ୟପଟେ ଡମ୍ପର ଚାଳକ ଫେରାର ହୋଇଯାଇଛି । କର୍ଭି କୋତୱାଲ ଅଂଚଳର ଆନନ୍ଦପୁର ଗାଁରେ ଏହି ଦୁର୍ଘଟଣା ଘଟିଛି ।
ଚିତ୍ରକୁଟଧାମ କର୍ଭି ରେଲୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେଇ ଅଟୋ ରାମଘାଟ ଯାଉଥିଲା । ଏଥିରେ 9ଜଣ ଲୋକ ଥିଲେ । ଅମାନପୁର ନିକଟରେ ଅଟୋଟି ଆଗରେ ଯାଉଥିବା ଏକ ଗାଡିକୁ ଓଭରଟେକ କରୁଥିଲା । ସେତିକି ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର ଅଟୋଟିକୁ ଧକ୍କା ଦେଇଥିଲା ।

Show More

Related Articles

Back to top button