Breaking PLUSଓଡ଼ିଶାମୁଖ୍ୟ ଖବର

ରିଆମାଳରେ ନକଲି ବିଦେଶୀ ମଦ କାରବାର

ଦେବଗଡ଼ ରିଆମାଳରେ ନକଲି ବିଦେଶୀ ମଦ କାରବାର। ରିଆମାଳ ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ବରେ ବଡ଼ ଧରଣର ନକଲି କାରବାରର  ପର୍ଦ୍ଦାଫାସ ହୋଇଛି। ପୁଲିସ ଏମଭି ଚେକିଂ ବେଳେ ସ୍ବିଫ୍ଟ କାର ସହ ୧୦୦ ଲିଟରରୁ ଊର୍ଦ୍ଧ୍ବ ନକଲି ବିଦେଶୀ ମଦ ଜବତ କରିବା ସହ ତିନି ଅଭିଯୁକ୍ତ ଗିରଫ କରିଥିବା ଜଣା ପଡ଼ିଛି l

ଚେକିଂ ବେଳେ ପୁଲିସକୁ ଚକମା ଦେଇ ଛତାବର ରାସ୍ତାରେ ଗାଡ଼ି ବୁଲାଇ ଅଭିଯୁକ୍ତମାନେ ଫେରାର ଉଦ୍ୟମ ବେଳେ ସେମାନଙ୍କୁ ଗୋଡ଼ାଇଗୋଡ଼ାଇ ପୁଲିସ ଧରିବାରେ ସଫଳ ହୋଇଥିଲା l ଗିରଫ ଅଭିଯୁକ୍ତମାନେ ରିଆମାଳ ଥାନାଞ୍ଚଳ ବାଲିଜୋରୀ ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ବୋଲି ଜଣା ପଡ଼ିଛି l

Show More

Related Articles

Back to top button