ଦେଶସ୍ୱତନ୍ତ୍ର

ମହଙ୍ଗା ମାଡରୁ ସାମାନ୍ୟ ଆସ୍ୱସ୍ତି,୫.୮୮ ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି

ମହଙ୍ଗା ମାଡରୁ ସାମାନ୍ୟ ଆସ୍ୱସ୍ତି । ବହୁଦିନର ଅପେକ୍ଷା ପରେ ଭାରତୀୟ ଅର୍ଥନୀତି ପାଇଁ ଆସିଛି ଶୁଭ ସଂକେତ । ଦୀର୍ଘ ୧୧ ମାସ ପରେ ୫.୮୮ ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି । ଡିସେମ୍ବର ୨୦୨୧ରେ ମହଙ୍ଗା ସ୍ଥିତି ୫.୫୯ ପ୍ରତିଶତ ଥିଲା। ଏହାପର ଠାରୁ ଲଗାତର ୬ ପ୍ରତିଶତରୁ ଅଧିକ ଖୁଚୁରା ମୁଦ୍ରାସ୍ଫୀତି ରହୁଥିଲା। ଗତ ସେପ୍ଟେମ୍ବର ମାସରେ ଏହା ୭.୪୧ ପ୍ରତିଶତକୁ ଛୁଇଁଥିଲା।

ତେବେ ନଭେମ୍ବର ୨୦୨୧ରେ ମୁଦ୍ରାସ୍ଫୀତି ୪.୯୧ ହୋଇଥିଲା। ଲଗାତର ଦ୍ୱିତୀୟ ମାସ ହେଲା ସିପିଆଇ ହ୍ରାସ ପାଇଛି।ପନିପରିବା ମୂଲ୍ୟ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ହୋଇଛି। ନଭେମ୍ବର ମାସରେ ଖାଦ୍ୟସାମଗ୍ରୀର ମହଙ୍ଗା ସ୍ଥିତି ଅକ୍ଟୋବର ୭.୧ ପ୍ରତିଶତ ଠାରୁ ହ୍ରାସ ହୋଇ ୪.୬୭ ପ୍ରତିଶତ ହୋଇଯାଇଥିବା ବେଳେ ପନିପରିବାର ମହଙ୍ଗା ସ୍ଥିତି ଅକ୍ଟୋବରର ୭.୭୭ରୁ ହ୍ରାସ ହୋଇ -୮.୦୮ ପ୍ରତିଶତ ହୋଇଯାଇଛି।

Show More

Related Articles

Back to top button