Breaking PLUSଦେଶ ବିଦେଶମୁଖ୍ୟ ଖବର

ଅମରନାଥ ଯାତ୍ରା ପାଇଁ ଏପ୍ରିଲ୍‍ ପହିଲାରୁ ପଞ୍ଜିକରଣ

ଏପ୍ରିଲ୍‍ ପହିଲାରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହେବ । ପଞ୍ଜିକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଶ୍ରୀ ଅମରନାଥଜୀ ବୋର୍ଡ ୱେବ୍‍ସାଇଟ୍‍ରୁ ଉପଲବ୍ଧ ହେବ

ଏପ୍ରିଲ୍‍ ପହିଲାରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହେବ । ପଞ୍ଜିକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଶ୍ରୀ ଅମରନାଥଜୀ ବୋର୍ଡ ୱେବ୍‍ସାଇଟ୍‍ରୁ ଉପଲବ୍ଧ ହେବ। ଏହି ୱେବ୍‍ସାଇଟ୍‍ର ଠିକଣା ହେଉଛି www.shriamarnathjishrine.com । ତୀର୍ଥଯାତ୍ରୀମାନେ ଉଭୟ ବଲତାଲ୍‍ ଓ ଚନ୍ଦନବାଡ଼ି ପଥ ଦେଇ ଯାତ୍ରା କରିପାରିବେ । ସମଗ୍ର ଦେଶରେ ଏଥିନିମନ୍ତେ ନିର୍ଦ୍ଧାରିତ ବ୍ୟାଙ୍କ ଶାଖାଗୁଡ଼ିକରେ ପଞ୍ଜିକରଣ କରାଯିବ । ଗତ ୧୫ ତାରିଖ ପରଠାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତୀର୍ଥଯାତ୍ରୀମାନେ ଡାକ୍ତରଙ୍କ ଠାରୁ ଆଣିଥିବା ସାର୍ଟିଫିକେଟ୍‍ଗୁଡ଼ିକୁ ବ୍ୟାଙ୍କ ଶାଖାଗୁଡ଼ିକରେ ଗ୍ରହଣ କରାଯିବ ।

ସୂଚନା ଯେ, ଚଳିତବର୍ଷ ୫୬ ଦିନର ତୀର୍ଥଯାତ୍ରା ଜୁନ୍‍ ୨୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ରକ୍ଷାବନ୍ଧନ ଦିନ ଶେଷ ହେବ। ୧୩ବର୍ଷରୁ କମ୍‍ ବୟସ ଓ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ତୀର୍ଥଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ। ଏହାଛଡ଼ା ଗର୍ଭବତୀ ମହିଳାମାନେ ମଧ୍ୟ ତୀର୍ଥଯାତ୍ରା ପାଇଁ ପଞ୍ଜିକରଣ କରିପାରିବେ ନାହିଁ।

Show More

Related Articles

Back to top button