Breaking PLUSଓଡ଼ିଶାମୁଖ୍ୟ ଖବର

ଏଣିକି ଶ୍ରୀମନ୍ଦିରକୁ ସହଜରେ ପ୍ରବେଶ କରିପାରିବେ ଭକ୍ତ, ହଟିଲା ୧କିମି ବ୍ୟାରିକେଡ୍

ମହାମାରୀ କରୋନା କଟକଣା ସହିତ ଭକ୍ତଙ୍କୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରବେଶରେ ଆହୁରି କୋହଳ ହେଉଛି । ପୂର୍ବରୁ ବିନା କୋଭିଡ଼୍ ରିପୋର୍ଟରେ ନିର୍ବିଘ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଥିବା ବେଳେ ଏଣିକି ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍‌ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍‌କୁ ଛୋଟ କରି ଦିଆଯାଇଛି

ମହାମାରୀ କରୋନା କଟକଣା ସହିତ ଭକ୍ତଙ୍କୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରବେଶରେ ଆହୁରି କୋହଳ ହେଉଛି । ପୂର୍ବରୁ ବିନା କୋଭିଡ଼୍ ରିପୋର୍ଟରେ ନିର୍ବିଘ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଥିବା ବେଳେ ଏଣିକି ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍‌ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍‌କୁ ଛୋଟ କରି ଦିଆଯାଇଛି । ବଡ଼ଦାଣ୍ଡରେ ଥିବା ୧ କିମି ବ୍ୟାରିକେଡ୍‌କୁ ପ୍ରଶାସନ ହଟାଇ ଦେଇଛି । ସୋମବାର ଠାରୁ ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା ଲାଗୁ ହେବ । ଦର୍ଶନାର୍ଥୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ଛୋଟ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି କନୱର ବିଶାଲ୍‌ ସିଂ।

ସୂଚନା ଯେ, ରବିବାର ଶ୍ରୀମନ୍ଦିର ପରିସରରେ ସାନିଟାଇଜ କରାଯାଇଥିଲା । ସେଥିପାଇଁ ମନ୍ଦିର ବନ୍ଦ ରହିଥିଲା । ଆଗ୍ନିକମାନେ ବଡ଼ଦେଉଳ ଭିତରେ ବିଶୋଧନ କରିଥିଲେ । ଦମକଳ ବିଭାଗ ପକ୍ଷରୁ ବଡ଼ଦେଉଳ ଚତୁପାର୍ଶ୍ୱକୁ ବିଶୋଧନ କରାଯାଇଥିଲା । ତେବେ ସୋମବାରଠୁ ପୁଣି ସର୍ବସାଧାରଣ ଦର୍ଶନ ଚାଲିବ ।

ଭକ୍ତମାନେ ସହଜରେ ମରିଚିକୋଟ ଛକ ଠାରୁ ବ୍ୟାରିକେଡ୍‌ରେ ଯାଇ ବଡ଼ଦେଉଳକୁ ପ୍ରବେଶ କରିବେ । ପୂର୍ବରୁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଠାରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରିଥିଲା । ଏହା ଯୋଗୁ ବହିରାଗତ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଛୋଟ ପିଲାଙ୍କୁ ଧରି ବ୍ୟାରିକେଡ୍‌ରେ ଦୀର୍ଘ ସମୟ ରହିବା କଷ୍ଟକର ହେଉଥିଲା। ବରିଷ୍ଠ ନାଗରିକମାନେ ବ୍ୟାରିକେଡ୍‌ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନଥିଲେ । ଫଳରେ ଭକ୍ତମାନେ ଅସନ୍ତୁଷ୍ଟ ହେଉଥିଲେ । ଏହାକୁ ନଜରରେ ରଖି ଶନିବାର ପ୍ରଶାସନ ବ୍ୟାରିକେଡ୍‌ କୋହଳ କରିଥିଲା ।

Show More

Related Articles

Back to top button