Breaking PLUSଓଡ଼ିଶାମୁଖ୍ୟ ଖବର

ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର, 10 ମେ- ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦକୁ ଦେଖି ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି  । ଆଂଚଳିକ ବିକାଶ କମିଶନର, ଜିଲ୍ଲାପାଳମାନଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କର ସମସ୍ତ ଛୁଟି ବାତିଲ୍ କରାଯାଇଛି।

ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଅଧିକାରୀମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି, ସେମାନେ ତୁରନ୍ତ ତାଙ୍କର ମୁଖ୍ୟାଳୟକୁ ଫେରି ଦାୟିତ୍ୱ ଗ୍ରହଣ କରିବାକୁ ପଡିବ। ଏହି ପଦକ୍ଷେପ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନିକ ତତ୍ପରତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଛି ।

Show More

Related Articles

Back to top button