Breaking PLUSଦେଶମୁଖ୍ୟ ଖବର
ରେପୋ ରେଟ୍ 0.25 ପ୍ରତିଶତ ହ୍ରାସ କଲା ଆରବିଆଇ

ମୁମ୍ବାଇ- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୀତିଗତ ଦର ରେପୋ ରେଟ୍ରେ 0.25 ପ୍ରତିଶତ ହ୍ରାସ କରିଛି । ଏହି ହ୍ରାସ ପରେ ରେପୋ ରେଟ୍ 6.5 ପ୍ରତିଶତରୁ ହ୍ରାସ ପାଇ 6.25 ପ୍ରତିଶତ ହୋଇଛି । ଆରବିଆଇ ଗଭର୍ଣ୍ଣର ସଂଜୟ ମଲହୋତ୍ରା ଆଜି ଏହାର ଘୋଷଣା କରିଛନ୍ତି । ରେପୋ ରେଟରେ ଏହି ହ୍ରାସ ପରେ ଲୋନ୍ ଶସ୍ତା ହେବ ଓ ଇଏମଆଇ ବି ଖସିବ ।
ସଂଜୟ ମଲହୋତ୍ରା ତିନି ଦିବସୀୟ ମୌଦ୍ରିକ ନୀତି କମିଟିର ବୈଠକ ପରେ ନିଆଯାଇଥିବା ନିଷ୍ପତି ସଂପର୍କରେ ପ୍ରେସମିଟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, 6 ସଦସ୍ୟ ବିଶିଷ୍ଟ କମିଟିର ସହମତିରେ ରେପୋ ରେଟ୍ 0.25 ପ୍ରତିଶତ ଖସାଇ 6.25 ପ୍ରତିଶତ କରିବାର ନିଷ୍ପତି ହୋଇଛି । ଆଗାମୀ ଆର୍ଥିକ ବର୍ଷ 2025-26 ପାଇଁ ଜିଡିପି 6.7 ପ୍ରତିଶତ ରହିବାର ଅନୁମାନ କରାଯାଉଛି । ଚଳିତ ଆର୍ଥିକ ବର୍ଷ ଆର୍ଥିକ ଅଭିବୃଦ୍ଧି ଦର 6.4 ପ୍ରତିଶତରେ ରହିବାକୁ ଅନୁମାନକୁ ବଳବତର ରଖିଛି ଆରବିଆଇ ।