Breaking PLUSଓଡ଼ିଶାମୁଖ୍ୟ ଖବର

ବିଶେଷଜ୍ଞ ଟିମ୍ ଦ୍ବାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ

ପୁରୀ- ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍ । ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଚନ୍ତି । ବିଶେଷଜ୍ଞ ଟିମ୍ ଦ୍ବାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି ।ଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ଯାଞ୍ଚ କରାଯାଇଥିଲା । ‘୧୭ ଜଣିଆ ଟିମ୍‌ ତନ୍ନ ତନ୍ନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି’ ।‘ତେବେ ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି, ରାଡାର ସର୍ଭେ ହେବ ।ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସମସ୍ତ ଯାଞ୍ଚ ସରିବା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।ସରକାରଙ୍କ ଏସ୍‌ଓପି ଅନୁସାରେ ଏଏସ୍‌ଆଇ ମରାମତି କାମ କରିବ ।

ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ । ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯିବ ।‘ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି’ ।‘ଆମେ ଅନୁରୋଧ କରିଛୁ ୨୫ ତାରିଖ ଭିତରେ ସର୍ଭେ କାମ ସାରିବା ପାଇଁ ।‘ସେମାନେ ୨୫ ଭିତରେ କାମ ସାରିବେ ବୋଲି ଆଶ୍ବାସନା ଦେଇଛନ୍ତି’ । କାମ ଅଧା ଅଛି, ଟିମ୍‌ ପୁଣି ଆସିବ କହିଲେ ଏଏସ୍‌ଆଇ ଏଡିଜି ।ତେବେ ସୁଡ଼ଙ୍ଗ ଥିବା ନେଇ କୌଣସି ଲକ୍ଷଣ ଦେଖିପାରିଲୁନି କହିଲେ ଏଡିଜି । ଆଜିର ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ଚି ପାରିଲୁନି କହିଛନ୍ତି ଜଷ୍ଟିସ ରଥ । ରାଡାର ସର୍ଭେ ପରେ ଚୂଡ଼ାନ୍ତ ରିପୋର୍ଟ ମିଳିବ କହିଲେ ଜଷ୍ଟିସ ବିଶ୍ବନାଥ ରଥ ।

 

Show More

Related Articles

Back to top button