Breaking PLUSଓଡ଼ିଶାମୁଖ୍ୟ ଖବର
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସ୍ଆଇ ଓ ବିଶେଷଜ୍ଞ ଟିମ୍

ପୁରୀ- ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସ୍ଆଇ ଓ ବିଶେଷଜ୍ଞ ଟିମ୍ । ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଗୁପ୍ତ ରତ୍ନଭଣ୍ଡାର ଓ ସୁଡ଼ଙ୍ଗ ନେଇ ଯାଞ୍ଚ କରୁଛି ବିଶେଷଜ୍ଞ ଟିମ୍ ।
୨୧, ୨୨ ଓ ୨୩ ତିନି ଦିନ ଧରି ଚାଲିବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ । ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇ ପକ୍ଷରୁ ସର୍ଭେ କରାଯିବ । ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ । ଏହି ସମୟରେ ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ । ତେଣୁ ତୁରନ୍ତ ସର୍ଭେ ସାରିବାକୁ ଚିଠି ଲେଖିଛଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।