
କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଟିକାକରଣ ଜୋରଦାର କରାଯାଇଛି । ବିଶ୍ବର ପ୍ରଥମ କରୋନା ଟିକା ତିଆରି କରିବା ନେଇ ଦାବି କରିଥିବା ରୁଷ ପୁଣି ଚର୍ଚ୍ଚାରେ । ରୁଷ ଟିକା ସ୍ପୁଟନିକ୍ ଭି ଦ୍ବାରା ଏଡ୍ସ୍ ହେଉଥିବା ନେଇ ଖବର ଆସିବା ପରେ କିଛି ଦେଶ ଏହି ଟିକା ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ପରେ ଏବେ ନାମ୍ବିଆ ରୁଷ କରୋନା ଭ୍ୟାକସିନ୍ ସ୍ପୁଟନିକ-ଭି ବ୍ୟବହାର ଉପରେ ରୋକ ଲାଗଇଛି। ଏନେଇ ନାମ୍ବିଆ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କିଛି ଦିନ ପୂର୍ବରୁ ନାମ୍ବିଆର ପଡ଼ୋଶୀ ଦେଶ ଦକ୍ଷିଣ ଆଫ୍ରିକା ସ୍ପୁଟନିକ୍ ଭି ଭ୍ୟାକସିନକୁ ନେଇ ଚିନ୍ତା ଜାହିର କରିଥିଲା।
ଏହା ପରେ ପରେ ନାମ୍ବିଆ ମଧ୍ୟ ଏହାର ବ୍ୟବହାର ଉପରେ ରୋକ ଲଗାଇଦେଇଛି । ରୁଷ ଟିକା ନେବା ପରେ ପୁରଷମାନଙ୍କ ଠାରେ ଏଚଆଇଭି ହେବାର ଆଶଙ୍କା କେଇ ଗୁଣ ବୃଦ୍ଧି ପାଉଥିବା ନେଇ କୁହାଯାଉଛି। ସେପଟେ ସ୍ପୁଟନିକ ଭି ପ୍ରସ୍ତୁତ କରିଥିବା ଜମୋଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଜାମ୍ବିଆର ଏହି ଦାବି ପ୍ରମାଣ ସିଦ୍ଧ ନୁହେଁ ବୋଲି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରକିକାର ନିୟାମକ ମତରେ, ସ୍ପୁଟନିକ ଭିରେ ଏଡେନୋଭାଇରସ୍ ଟାଇପ୍ ୫ ରହିଛି । ଯାହା ଦ୍ବାରା ପୁରୁଷମାନେ ଏଚଆଇଭି ସଂକ୍ରମିତ ହେବାର ଆଶଙ୍କା ବୃଦ୍ଧି ପାଉଛି। ତେବେ ଭାରତରେ ସ୍ପୁଟିନିକ ଭିର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦିଆଯାଇଛି। କିନ୍ତୁ ଟିକାକୁ ନେଇ ଏମିତି ଆଶଙ୍କା ସାମ୍ନାକୁ ଆସି ନାହିଁ ।