Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମଣିପୁରରେ ବିବାହ ପରେ ମୁମ୍ବାଇରେ ପହଞ୍ଚିଲେ ରଣଦୀପ- ଲିନ୍

ମୁମ୍ବାଇ, 1 ଡିସେମ୍ବର – ବଲିଉଡ ଆକ୍ଟର ରଣଦୀପ ହୁଡହା ଏବେ ଚର୍ଚ୍ଚାରେ ଅଛନ୍ତି । ରଣଦୀନ ନିଜ ଗର୍ଲଫ୍ରେଣ୍ଡ ଲିନ ଲେସରାମଙ୍କୁ ବିବାହ କରିଛନ୍ତି । ମଣିପୁରରେ ପାରମ୍ପରିକ ଭାବେ ରଣଦୀପ ଓ ଲିନଙ୍କ ବିବାହ ସମାରୋହ ଆୟୋଜିତ ହୋଇଥିଲା । ଏହି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏବେ ବିବାହ ପରେ ରଣଦୀପ ନିଜ ପତ୍ନୀଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ନବ ବିବାହିତ ଯୋଡିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବିବାହ ପରେ ଏହି ଯୋଡିଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ରଣଦୀପ ଏକ ଧଳାରଙ୍ଗର ସର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଲିନ୍ ରେଡ୍ କଲରର ଡ୍ରେସ ପିନ୍ଧିଥିଲେ । ପୋଷାକ ସହିତ ମ୍ୟାଚ କରୁଥିବା ରେଡ୍ କଲରର ଏକ ପର୍ସ ମଧ୍ୟ ଧରିଥିଲେ ଲିନ୍ । ମିଡିଆ ସମ୍ମୁଖରେ ଉଭୟେ ପରସ୍ପରର ହାତ ଧରି ପୋଜ ଦେଇଥିଲେ ।

Show More

Related Articles

Back to top button