ଦେଶବ୍ୟକ୍ତିତ୍ୱସେଲିବ୍ରିଟିସ୍ୱାସ୍ଥ୍ୟ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା । ଦୀର୍ଘ ୧୫ ଦିନ ପରେ ଶ୍ରୀବାସ୍ତବଙ୍କ ଚେତା ଫେରିଛି । ଖବର ପାଇ ଖୁସି ହେଲେ ପରିବାର ଏବଂ ତାଙ୍କ ଲକ୍ଷାଧିକ ପ୍ରସଂସକ ।

ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ଜିତ ସକ୍‌ସେନାଙ୍କ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮.୧୦ରେ ରାଜୁଙ୍କ ଚେତା ଫେରିଛି । ଟିମ୍‌ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି।

ସୂଚନା ଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ବ୍ୟାୟମ କରିବା ସମୟରେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ ହୋଇଥିଲା ଓ ସେ ତଳେ ପଡି ଯାଇଥିଲେ । ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସେଠାରେ ରାଜୁଙ୍କ ବ୍ରେନ୍‌ର ତିନୋଟି ଶିରା ମଧ୍ୟରୁ ଗୋଟିଏରେ ବ୍ଲକେଜ ଥିବା କହିଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ଜାରି ରହିଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ରାଜୁଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ନ୍ୟୁରୋଫିଜିଓଥେରାରିର ସହାୟତା ନେଉଛନ୍ତି। ତାଙ୍କ ମନସିକ ସ୍ଥିତିରେ ମଧ୍ୟ ସୁଧାର ଆଣିବା ପାଇଁ ଡାକ୍ତରମାନେ ତାଙ୍କୁ ଅମିତାଭ ବଚ୍ଚନଙ୍କ ଭଏସ୍‌ ଶୁଣାଉଛନ୍ତି। ପ୍ରଥମେ ରାଜୁଙ୍କ ବ୍ରେନ୍‌ ଡେଡ୍‌ ଓ ପରେ ସେ କୋମାରେ ଥିବା ସୂଚନା ମିଳିଥିଲା। ଏହାପରଠାରୁ ପରିବାର ଏବଂ ତାଙ୍କ ଲକ୍ଷାଧିକ ପ୍ରସଂସକ ଶ୍ରୀବାସ୍ତବଙ୍କ ଆଶୁଆରୋଗ୍ୟ କାମନା କରୁଛନ୍ତି ।

 

Show More

Related Articles

Back to top button