Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଋଷର ବିଜୟ ଦିବସ ପରେଡରେ ଭାରତର ପ୍ରତିନିଧିତ୍ୱ କରିବେ ରାଜନାଥ ସିଂ

ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରୁଷ୍ ଗସ୍ତ ବାତିଲ କରିଛନ୍ତି। ମେ’ ୯ ତାରିଖରେ ପ୍ରଧାନମନ୍ତ୍ରୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ପରେଡ୍ରେ ସାମିଲ ହେବେନାହିଁ। ବିଜୟ ଦିବସ ପରେଡ୍ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲା ରୁଷ୍ । ମେ’ ୯ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିନିଧିତ୍ଵ କରିପାରନ୍ତି।