ଓଡ଼ିଶା

ଶ୍ରୀଜିଉଙ୍କ ଦର୍ଶନ କଲେ ନୀତି ଆୟୋଗ ଟିମ୍‌

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସେମାନେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଐତିହ୍ୟ କରିଡର ବୁଲି ଦେଖିଥିଲେ । ରାଜୀବ କୁମାର, ତାଙ୍କ ପରିବାର ଏବଂ ନୀତି ଆୟୋଗ ଟିମକୁ ଜିଲାପାଳ ସ୍ୱାଗତ କରିଥିଲେ ।

ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ମହାପ୍ରଭୁଙ୍କ ଫଟୋ ଓ ରଥ ଦଉଡ଼ି, ବାନା ଓ ନିର୍ମାଲ୍ୟ ପ୍ରଦାନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସହ ଐତିହ୍ୟ କରିଡର କାର୍ଯ୍ୟ ଦେଖି ବେଶ ଖୁସି ପ୍ରକଟ କରିଛନ୍ତି ନୀତି ଆୟୋଗ ଟିମ ।

Show More

Related Articles

Back to top button