ଓଡ଼ିଶାରାଜନୀତି

ଧାମନଗର ଉପନିର୍ବାଚନ ଲାଗି ନାମାଙ୍କନ କଲେ ରାଜେନ୍ଦ୍ର

ଧାମନଗର ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଶେଷ ଦିନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଦଳରୁ ଟିକଟ ନପାଇ ଆଜି ଦିନ ୧୧ଟାରେ ଭଦ୍ରକ ବ୍ଲକ ପରିସରରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ନିଜେ ରାଜୁ ଆଜି ସକାଳେ ଗଣମାଧ୍ୟମ ଆଗରେ କହିଥିବାବେଳେ ବର୍ତ୍ତମାନ ସେ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ଘରୁ ବାହାରି ଭଦ୍ରକ ବ୍ଲକ ପରିସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ।

ରାଜେନ୍ଦ୍ର ଦାସ କହିଛନ୍ତି ଯେ, ଧାମନଗରବାସୀଙ୍କର ସେବା କରିବା ପାଇଁ ମୁଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ତେଣୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବି ନାହିଁ ବୋଲି ମଧ୍ୟ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସୋ ସହ ଧାମନଗରବାସୀ ଅଛନ୍ତି ବୋଲି ସେ କହିଛନ୍ତି। ବିଜେଡି ଦଳ ତାଙ୍କ ପ୍ରତି ଅବିଚାର କରିଛି। ତାର ଜବାବ ଧାମନଗରବାସୀ ଦେବେ ବୋଲି ସେ ମତ ରଖିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲି। ଏଥର ନିଶ୍ଚୟ ବିଜୟୀ ହେବି।

ଉଲ୍ଲେଖଯୋଗ୍ୟ, ବିଜେଡି ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଦଳର ଏହି ନିଷ୍ପତ୍ତିକୁ ରାଜେନ୍ଦ୍ରଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରି ନ ଥିଲେ। ଏମିତିକି ନିଜେ ରାଜେନ୍ଦ୍ର ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଥିଲେ। ସବୁଠୁ ବଡ଼ କଥା ହେଲା, ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ରାଜେନ୍ଦ୍ର। ହେଲେ, ଏହାର ଦିନକ ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା।

 

Show More

Related Articles

Back to top button