ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଦଳରୁ ବହିଷ୍କୃତ ହେବା ପରେ ନିଜ ପ୍ରତିକ୍ରିୟା ରଖିଲେ ରାଜେନ୍ଦ୍ର

ଭୁବନେଶ୍ୱର : ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଭାପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଲୋକଙ୍କ ସହ ଅଛୁ, କାର୍ଯ୍ୟାନୁଷ୍ଠାନ ବଡ କଥା ନୁହଁ। ଲୋକଙ୍କ ସେବା କରିବାକୁ ରାଜନୀତି କରୁଛି। ଧାମନଗରବାସୀଙ୍କ ସ୍ବାଭିମାନ ରକ୍ଷା ପାଇଁ ଏହି ସଂଗ୍ରାମ ଜାରି ରହିବ। ସେମାନଙ୍କ ସମର୍ଥନ ରହିଛି, ଆଉ ନିଶ୍ଚୟ ବିଜୟୀ ହେବି ବୋଲି ରାଜେନ୍ଦ୍ର କହିଛନ୍ତି। ସୂଚନାନୁସାରେ, ଧାମନଗର ଉପନିର୍ବାଚନ ସ୍ବାଧୀନ ପ୍ରାର୍ଥୀ ଭାବେନିର୍ବାଚନ ଲଢୁଛନ୍ତି ରାଜେନ୍ଦ୍ର। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ଟିକେଟ୍‌ରୁ ବଞ୍ଚିତ ପରେ ରାଜେନ୍ଦ୍ର ଅସନ୍ତୁଷ୍ଟ ଥିଲେ। ତେବେ ତାଙ୍କୁ ଦଳର ବହୁ ନେତା ମନେଇବା ସତ୍ତ୍ୱେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ।

Show More

Related Articles

Back to top button