Breaking PLUSଓଡ଼ିଶାମୁଖ୍ୟ ଖବର

ଧାନବାଦ ଉପରେ ଲଘୁଚାପ ବଳୟ, ଓଡିଶାର ୨ ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋରସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଧାନବାଦ ଉପରେ ଥିଲା ।

ଏହାର ପ୍ରଭାବରେ ବାଲେଶ୍ୱର, ବାରିପଦା ଓ ଭଦ୍ରକରେ ବର୍ଷା ହୋଇଛି । ଗୁରୁବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରଥିଲା । ତେବେ ଗୁରୁବାର ସକାଳ ଭିତରେ ଉପକୂଳ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ବର୍ଷା କମିଯିବ । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଶୁକ୍ରବାର ସୁନ୍ଦରଗଡ଼ରେ ବର୍ଷା ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ତେବେ ପଡୋଶୀ ଝାଡ଼ଖଣ୍ଡରେ ୩ ଦିନ ବର୍ଷା ଲାଗି ରହିବ । ରାଞ୍ଚିରେ ପ୍ରବଳ ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବା ସହ ବନ୍ୟା ଆସିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ମଧ୍ୟ ଅନୁରୂପ ଆକଳନ କରିଛି ।

Show More

Related Articles

Back to top button