Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଯାଜପୁରରୋଡ-ଆରଡ଼ି-ଧାମରା ରେଳପଥ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ନିର୍ଦ୍ଦେଶ

ଧାମରା: ଯାଜପୁର ରୋଡ- ଆରଡି-ଧାମରା ରେଳପଥ ନିର୍ମାଣ ପାଇଁ ବହୁ ଦିନ ହେବ ଦାବୀ ହୋଇ ଆସୁଥିଲା। ଏହି ରେଳପଥ ନିର୍ମାଣ ପାଇଁ ଅଂଚଳବାସୀ ଦାବୀ କରିବା ସହ ବହୁ ସମୟରେ ଦିଲ୍ଲୀ, ଭୁବନେଶ୍ୱର ଏବଂ ଧାମରା ବନ୍ଦର ଗେଟ ଆଗରେ ରେଳରୋକ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ୱେଶରେ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ରେଳପଥ ପାଇଁ ଫାଇନାଲ ଲୋକେସନ ସର୍ଭେ କରିବାକୁ ଇଷ୍ଟକୋଷ୍ଟ ରେଳବିଭାଗକୁ ନିର୍ଦେଶ ଦିଆଯାଇଛି।

ଯାଜପୁର ରୋଡ-ଧାମରା ପ୍ରସ୍ଥାବିତ ରେଳପଥ ଯାହାକି ଧାମରା ବାଣିଜ୍ୟିକ ବନ୍ଦର ,ଧାମରା ମାଛଧରା ବନ୍ଦର, ଆରଡି ଆଖଣ୍ଡଳମଣି ତୀର୍ଥକ୍ଷେତ୍ର, ବିରଜା ତୀିର୍ଥକ୍ଷେତ୍ର, ଏବଂ ଯାଜପୁରର କଳିଙ୍ଗ ନଗରଶିଳ୍ପାଞ୍ଚଳ, ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥଳୀକୁ ସଂଯୋଗ କରିବ। ଏଥିସହ ଏହି ରେଳପଥ ନିର୍ମାଣ ହେଲେ ଭଦ୍ରକ-କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଓ ପ୍ରତିରକ୍ଷା ବିଭାଗ ଅଧିନରେ ଥିବା ହ୍ୱିଲର ଦ୍ୱିପପୁଞ୍ଜର ଗୁରୁତ୍ୱ ବଢ଼ିବା ସଂଗେ ସଂଗେ ପର୍ଯ୍ୟଟନ, ପରିବହନ ଓ ଗମନାଗମନ କ୍ଷେତ୍ରରେ ବହୁ ସୁବିଧା ଉପଲବ୍ଧ ହେବ ବୋଲି ମତ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଏହି ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଥିଲା।

ଏହି ନୂତନ ରେଳପଥ ୯୬କି.ମି ଦୈର୍ଘ୍ୟ ବିଶିଷ୍ଟ ହୋଇଥିବା ବେଳେ ଏହି ରେଳପଥ ଯାଜପୁର କେଉଁଝର ରୋଡରୁ ବାହାରି ଯାଜପୁର ଏବଂ ଆରଡ଼ି ହୋଇ ଧାମରା ବନ୍ଦରକୁ ଯୋଡିହେବ। ଏହି ଫାଇନାଲ ଲୋକେସନ ସର୍ଭେ ପାଇଁ ଆସିଥିବା ଚିଠି ପାଇବା ପରେ ଅଂଚଳରେ ସାଧାରଣ ଜନତାଙ୍କ ମନରେ ଖୁସିରେ ଲହରି ଖେଳିଯାଇଛି।

Show More

Related Articles

Back to top button