Breaking PLUSଓଡ଼ିଶାମୁଖ୍ୟ ଖବର
କଟକ ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍

କଟକ ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ । ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗରେ ଚାଲିଛି ଯାଞ୍ଚ । ବିଭିନ୍ନ ଦୋକାନ ଓ ଗୋଦାମରେ ଖୋଳତାଡ଼। ଆଜି ଛତ୍ରବଜାରରେ ୫୦ ଟଙ୍କାରେ ବିକ୍ରି ହେଉଥିଲା । ଆଳୁ ଖବର ପ୍ରସାରଣ ପରେ ଚେତିଲା ଯୋଗାଣ ବିଭାଗ ।
କଟକ ଛତ୍ରବଜାର ଓ ଭୁବନେଶ୍ୱରର ୪ ନମ୍ବର ମାର୍କେଟରେ ଯୋଗାଣ ବିଭାଗର ଟିମ୍ ଏହି ଚଢାଉ ଜାରି ରଖିଛନ୍ତି ।ଅନାବଶ୍ୟକ ଭାବେ ଆଳୁର ଦରଦାମ ବୃଦ୍ଧି କରାଯାଉଥିବା ଅଭିଯୋଗ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ନଂ ହାଟରେ ଆଳୁ ଗୋଦାମ ଓ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଉଛି ।