Breaking PLUSମୁଖ୍ୟ ଖବରସାକ୍ଷାତକାରସ୍ୱତନ୍ତ୍ର
ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କୁ ଭେଟିବାକୁ ଗଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବା ପାଇଁ ମଙ୍ଗଳବାର ମାନସାର ମୁସା ଗାଁରେ ପହଞ୍ଚିଛନ୍ତି। ରାହୁଲ ସିଦ୍ଧୁଙ୍କ ପିତାଙ୍କୁ ଭେଟି ଦୁଃଖ ପ୍ରକାଶ କରିଥିଲେ। ଏହାପୂର୍ବରୁ ଅନେକ ନେତା ସାନ୍ତ୍ୱନା ଦେବା ପାଇଁ ସିଦ୍ଧୁଙ୍କ ଘରେ ପହଞ୍ଚିଥିଲେ। ସୋମବାର ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ହରିୟାଣା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ଡକ୍ଟର ଅଶୋକ ତନୱାର ତାଙ୍କ ପରିବାର ସହିତ ମୁସେୱାଲାଙ୍କ ବାସଭବନରେ ପହଞ୍ଚି ମୁସେୱାଲାଙ୍କ ହତ୍ୟାକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ଏଥିସହିତ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ କେସ୍ ନ କରିବାକୁ ମାନସା ଜିଲ୍ଲା ବାର ଆସୋସିଏସନ ଘୋଷଣା କରିଛି। ତେବେ ବାର୍ ଆସୋସିଏସନ ମୁସେୱାଲାଙ୍କ ମାମଲା ବିନା ମୂଲ୍ୟରେ ଲଢିବେ ବୋଲି କହିଛନ୍ତି ।