Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ।

ନୂଆଦିଲ୍ଲୀରେ ଓଡ଼ିଶାର ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା ଗସ୍ତ ନେଇ ଆଲୋଚନା କରିଛନ୍ତି। ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି। ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ। ଅକ୍ଟୋବର ଶେଷ ସପ୍ତାହରେ ରାହୁଲ ଓଡ଼ିଶା ଆସିବାକୁ ସହମତି ପ୍ରକାଶ କରିଛନ୍ତି।

Show More

Related Articles

Back to top button