Breaking PLUSଦେଶ ବିଦେଶମୁଖ୍ୟ ଖବର

ମୂଲ୍ୟବୃଦ୍ଧି ନାହିଁ ! ସଂସଦରେ ସରକାରଙ୍କ ଜବାବରେ କ୍ଷୁବ୍ଧ ହେଲେ ରାହୁଲ

ଜାଣନ୍ତୁ କହିଛନ୍ତି କ’ଣ?

ଦେଶରେ ମୂଲ୍ୟବୃଦ୍ଧିକୁ ନେଇ ସଂସଦରେ ଚର୍ଚ୍ଚା ସମାପ୍ତ ହୋଇଛି। ଏପରି କିଛି ସମସ୍ୟା ନଥିବା ସରକାର ଗୃହରେ ସ୍ପଷ୍ଟ କରିଦେଇଛନ୍ତି। ଏହାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି ସୋସିଆଲ ମିଡିଆରେ ଗର୍ଜିଛନ୍ତି। ମୂଲ୍ୟ ବୃଦ୍ଧି ସାରା ଦେଶକୁ ତ୍ରସ୍ତ କରିରଖିଥିବା ବେଳେ ସରକାର ଜଣେ ଅହଂକାରୀ ରାଜାଙ୍କ ଛବି ଚମକାଇବା ପାଇଁ କୋଟି କୋଟି ଟଙ୍କା ଉଡାଉଛନ୍ତି ବୋଲି ରାହୁଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ରାହୁଲ କହିଛନ୍ତି ଯେ ଏକଛତ୍ରବାଦୀ ସରକାର ଚାହୁଁଛନ୍ତି ଆମେ ଯାହା କହୁଛୁ ତାକୁ ସମସ୍ତେ ବିଶ୍ୱାସ କରନ୍ତୁ। ତେବେ ଏହା ହୋଇପାରୁ ନାହିଁ, କାରଣ କଂଗ୍ରେସ ଏହା ବିରୋଧରେ ଲଢୁଛି। ଫେସବୁକ୍ ପୋଷ୍ଟରେ ରାହୁଲ ଲୋକଙ୍କୁ ସମ୍ବୋଧିତ କରି ନିଜକୁ କେବେ ବି ଏକାକୀ ନଭାବିବାକୁ ,କଂଗ୍ରେସ ଆପଣଙ୍କ ଆୱାଜ ଓ ଆପଣ କଂଗ୍ରେସର ଶକ୍ତି ବୋଲି ଉଲ୍ଲେଖ କରିଛନ୍ତି। କଂଗ୍ରେସ ପାର୍ଟି ଲଢି ଆସୁଛି ଓ ଆଗକୁ ବି ଲଢିବ ବୋଲି ରାହୁଲ କହିଛନ୍ତି। ଆଜି ଦେଶ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ଚାହୁଁଛି ଏହା ଆପଣ ଭଲ ରୂପେ ଜାଣନ୍ତି, କାରଣ ସରକାରଙ୍କ ପ୍ରତ୍ୟେକ ଭୁଲ ନିଷ୍ପତ୍ତି ଆପଣଙ୍କୁ ପ୍ରଭାବିତ କରୁଛି ବୋଲି ରାହୁଲ କହିଛନ୍ତି। ସଂସଦର ଏହି ଅଧିବେଶନରେ ସରକାରଙ୍କଠୁ ଜନତାଙ୍କ ପ୍ରଶ୍ନର ଜବାବ ମଗାଯାଇଥିଲା। ତେବେ ସମସ୍ତେ ଦେଖିଲେ ସରକାର ବିରୋଧୀ ଦଳଙ୍କୁ କିପରି ଗୃହରୁ ନିଲମ୍ବନ କଲେ ।

ଆମେ ବିରୋଧ କରିବାରୁ ଆମକୁ ଗିରଫ କରାଗଲା, ସଦନକୁ ମୁତଲବୀ ରଖାଗଲା, ସୋମବାର ଯେତେବେଳେ ପ୍ରସଙ୍ଗ ଉପରେ ଆଲୋଚନା ହେଲା ସରକାର କହିଲେ ଦେଶରେ ମୂଲ୍ୟବୃଦ୍ଧି ନାହିଁ। କେବଳ ଏତିକି ନୁହେଁ ଦେଶରେ ଏପରି କୌଣସି ସମସ୍ୟାକୁ ମଧ୍ୟ ଅସ୍ୱୀକାର କଲେ। ସେ କହିଛନ୍ତି ଯେ ଦେଶ ଏବେ ବେକାରୀ ମହାମାରୀର ସମ୍ମୁଖୀନ ହୋଇଛି। କୋଟି କୋଟି ଲୋକଙ୍କ ହାତରେ ରୋଜଗାରର ସ୍ଥାୟୀ ସ୍ରୋତ ନାହିଁ। ହେଲେ ସରକାର ଜଣେ ଅହଂକାରୀ ରାଜାର ଛବିକୁ ଚମକାଇବାକୁ କୋଟି କୋଟି ଟଙ୍କା ବୁହାଇ ଦେଉଛନ୍ତି। ମୂଲ୍ୟବୃଦ୍ଧିରେ ଗବର ସିଂହ ଟ୍ୟାକ୍ସ ସାଧାରଣ ଲୋକଙ୍କ ଆୟ ଉପରେ ସିଧା ପ୍ରହାର। ଆଜିର ବାସ୍ତବତା ହେଉଛି ଲୋକେ ନିଜର ସ୍ୱପ୍ନ ନୁହେଁ ଦୁଇ ଓଳା ଖାଇବା ପାଇଁ ସଂଘର୍ଷ କରୁଛି ବୋଲି ରାହୁଲ କହିଛନ୍ତି।

Show More

Related Articles

Back to top button