ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭାରତ ଯୋଡୋ ଯାତ୍ରାରେ ସ୍କୁଲ ପିଲାଙ୍କ ସହ ମିଶି ଦୌଡିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳୁଛି ଏକ ଭିନ୍ନ ଭିନ୍ନ ରୂପରେ। କେତେବେଳେ ସେ ନାଚୁଛନ୍ତି ତ ଆଉ କେତେବେଳେ ପିଲାମାନଙ୍କ ସହ ମିଶି ଦୌଡୁଛନ୍ତି। ରବିବାର ପଦଯାତ୍ରା ବେଳେ ରାହୁଲ ଅଚାନକ ସ୍କୁଲ ପିଲାଙ୍କ ସହ ମିଶି ରେସ୍ ଲଗାଇଛନ୍ତି। ରାହୁଲଙ୍କ ହଠାତ ଦୌଡିବା କାରଣରୁ ତାଙ୍କ ସୁରକ୍ଷାକର୍ମୀ ଓ ତେଲେଙ୍ଗାନା ପ୍ରଦେଶ ସମିତି ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ଓ ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ମିଶି ଦୌଡିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୨ ବର୍ଷ ପାର୍ କରିସାରିଥିବା ରାହୁଲଙ୍କ ଫିଟ୍‌ନେସ୍‌କୁ ଦେଖି ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। ଋବିବାର ରାହୁଲ ଗାନ୍ଧି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ତେଲେଙ୍ଗାନାର ଜଡଚର୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ସେ ୨୨ କିଲୋମିଟର ପଦଯାତ୍ରା କରିବା ନେଇ ଦଳୀୟ ସୂତ୍ରରୁ ଜଣାପଡିଛି। ତେଲେଙ୍ଗାନାରେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାର ଏହା ପଞ୍ଚମ ଦିନ। ନିକଟରେ ରାହୁଲ ଗାନ୍ଧି ଓ ଜୟରାମ ରମେଶ ଏବଂ କିଛି ଲୋକଙ୍କ ସହ ମିଶି ସାମୂହିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଦିବାସୀ ନୃତ୍ୟ ପ୍ରଦର୍ଶନର ଦିନକ ପରେ ରାହୁଲଙ୍କ ଏହି ଭିଡିଓ ସାମ୍ନାକୁ ଆସିଥିଲା। ସୁଚନାଯୋଗ୍ୟ ଯେ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ପରେ ଏବେ ତେଲେଙ୍ଗାନାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି । ଆସନ୍ତା ୭ ନଭେମ୍ବରରେ ଏହି ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିବ। ସେଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏନ୍‌ସିବି ନେତା ଶରଦ ପୱାରା ଏହି ଯାତ୍ରାର ଆୟୋଜନ କରିବେ।

Show More

Related Articles

Back to top button