
ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ । ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ । ଗୋଆରେ ହେଲମେଟ୍ ପିନ୍ଧି ମୋଟର ସାଇକେଲରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ରାହୁଲ ବାଇକରେ ଜଣେ ବ୍ୟକ୍ତିଙ୍କ ପଛରେ ବସି ହେଲମେଟ୍ ପିନ୍ଧି ବୁଲୁ ଥିବାର ଦେଖିବାକୁ ମିଳିଥିଲା ରାହୁଲଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ରାହୁଲଙ୍କ ଏହି ଭିଡିଓ ସେୟାର କରାଯାଇଛି ।ଗୋଆ ପାଣାଜୀରେ ରାହୁଲ ପହଁଚି ଆଜିଠାରୁ କଂଗ୍ରେସ ଦଳ ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।ପାଣାଜୀରେ ରାହୁଲ ମତ୍ସ୍ୟଜୀବୀଙ୍କୁ ଭେଟିବା ସହ ସେମାନଙ୍କୁ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।ଏଥର କଂଗ୍ରେସ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ପରେ ନିର୍ବାଚନି ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି ।