Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚୀନକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

() କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଲଦାଖ ଗସ୍ତରେ ଅଛନ୍ତି । ତେବେ କାର୍‌ଗିଲରେ ଏକ ଜନସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ। ଚୀନ୍‌ ଭାରତର ଜମି ଅକ୍ତିଆର କରିନେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ଏହା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଚୀନ୍‌ ଏହି ଅଂଚଳରେ ୧ ହଜାର କିମିରୁ ଅଧିକ ଅଞ୍ଚଳକୁ ନିଜ ଦଖଲକୁ ନେଇଯାଇଛି ଏବଂ ସରକାର ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ରାହୁଲ ଗାନ୍ଧୀ କହିଥିବା ବେଳେ ବିଜେପି ଏହାର କଡ଼ା ଜବାବ ଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଚୀନ୍‌ ପ୍ରେମ ସମସ୍ତେ ଜାଣନ୍ତି ଏବଂ ଚୀନ୍‌କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସୁହାଇଲା ଭଳି ବୟାନ ବାରମ୍ବାର ଦେଇ ରାହୁଲ ଗାନ୍ଧୀ ସର୍ବଦା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ବିଜେପି କହିଛି ।

Show More

Related Articles

Back to top button