Breaking PLUSଦେଶମୁଖ୍ୟ ଖବରରାଜନୀତି

ହଲ୍ଲାବୋଲ ରାଲିରେ ରାହୁଲ, କହିଲେ ଦେଶରେ ମୂଲ୍ୟବୃଦ୍ଧି ଓ ବେକାରୀ ଲାଗି ବଢୁଛି ଘୃଣା

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରବିବାର ଦିଲ୍ଲୀ ରାମଲିଳା ମୈଦାନରେ ଅନୁଷ୍ଠିତ ‘ହଲ୍ଲା ବୋଲ’ ରାଲିକୁ ସମ୍ବୋଧିତ କରିଛନ୍ତି।

ଏଥିରେ ସେ ଦୁଇଟି ସଙ୍ଗଠନ ଦେଶରେ ଘୃଣା ଓ ଡରର ପରିବେଶ ସୃଷ୍ଟି କରୁଥିବା କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାରରେ ଲୋକଙ୍କୁ ସେମାନଙ୍କ ଭବିଷ୍ୟତର ଡର, ମୂଲ୍ୟ ବୃଦ୍ଧିର ଡର ଓ ବେକାରୀର ଡର ବଢିବଢି ଚାଲିଛି ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ ଦେଶର ଅବସ୍ଥା ଆପଣମାନେ ଦେଖୁଛନ୍ତି, ଯେବେଠୁ ଦେଶରେ ବିଜେପିର ସରକାର ହେଲାଣି ସେବେଠୁ ଦେଶରେ ଘୃଣା ଓ କ୍ରୋଧ ବଢି ବଢି ଚାଲିଛି। ଯାହାକୁ ଡର ଲାଗେ ତା ହୃଦୟରେ ଘୃଣା ଉଦ୍ରେକ ହୁଏ ବୋଲି ସେ କହିଛନ୍ତି। ଜାହାର ଡର ନାହିଁ ତା ମନରେ ଘୃଣାର ସ୍ଥାନ ନାହିଁ। ତେବେ ଦେଶରେ ଏବେ ଲୋକଙ୍କୁ ସେମାନଙ୍କ ଭବିଷ୍ୟତର ଡର ସାଙ୍ଗକୁ ମୂଲ୍ୟ ବୃଦ୍ଧି ଓ ବେକାରୀର ଭୟ ଘାରିଛି। ଏହା ଯୋଗୁ ଦେଶରେ ଘୃଣା ବଢି ଚାଲିଥିବା ବେଳେ ଲୋକେ ବାଣ୍ଟି ହେବାରେ ଲାଗିଛନ୍ତି ଓ ଦେଶ ଦୁର୍ବଳ ହେବାରେ ଲାଗିଛି ବୋଲି ରାହୁଲ କହିଛନ୍ତି।

ରାହୁଲ ତାଙ୍କୁ ଇଡି ୫୫ ଘଣ୍ଟା ବସାଇଥିଲା ବୋଲି କହିଛନ୍ତି। ତେବେ ମୋତେ ଏଥିରେ କିଛି ଫରକ ଅନୁଭବ ହୋଇନଥିଲା। ମୁଁ ଜାଣିଥିଲି ଯଦି ଆଜି ମୁଁ ଛିଡା ନ ହୁଏ ତେବେ ଦେଶ ବଞ୍ଚିବନି, କାରଣ ଦେଶ ହିଁ ସମ୍ବିଧାନ, ଏହି ଦେଶ ହିଁ ଦେଶର ଜନତାଙ୍କ ଶ୍ୱର, ଏହି ଦେଶ ହିଁ ଦେଶର ଜନତାଙ୍କ ଭବିଷ୍ୟତ ବୋଲି ରାହୁଲ କହିଛନ୍ତି। ବେରୋଜଗାରୀ ଓ ମୂଲ୍ୟ ବୃଦ୍ଧିରେ ଦେଶର ସବୁତକ ଧନ ଦୁଇ ଜଣ ଉଦ୍ୟୋଗପତିଙ୍କ ଟ୍ରେଜରୀରେ, ଉଦ୍ୟୋଗପତି ଦ୍ୱୟ ନରେନ୍ଦ୍ର ମୋଦିଙ୍କ ଲାଗି ୨୪ ଘଣ୍ଟା କାମ କରୁଥିବା ବେଳେ ନରେନ୍ଦ୍ର ମୋଦି ମଧ୍ୟ ସେମାନଙ୍କ ଲାଗି ୨୪ ଘଣ୍ଟା କାମ କରୁଛନ୍ତି। ଏହି ହଲ୍ଲା ବୋଲରେ ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, ଅଧିର ରଞ୍ଜନ ଚୌଧୁରୀ ପ୍ରମୁଖ ସମ୍ବୋଧିତ କରିଥିଲେ।

Show More

Related Articles

Back to top button