ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତ ଯୋଡ଼ୋ ଯାତ୍ରା ବେଳେ ଆଦିବାସୀଙ୍କ ସହ ମିଶି ନାଚିଲେ ରାହୁଲ ଗାନ୍ଧି

ହାଇଦ୍ରାବାଦ: ଭାରତ ଯୋଡ଼ୋ ଯାତ୍ରା ବେଳେ ନାଚିଲେ ରାହୁଲ ଗାନ୍ଧି। ଆଦିବାସୀଙ୍କ ସହ ମିଶି ନାଚିଲେ ରାହୁଲ। ମୁଣ୍ଡରେ ଆଦିବାସୀଙ୍କ ସିଙ୍ଘ ଲଗାଇ ରାହୁଲ ନାଚୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ତେଲେଙ୍ଗାନାର ଧରମାପୁରରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବାର କିଛି ଘଣ୍ଟା ପରେ ରାହୁଲ ଆଦିବାସୀଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତଙ୍କ ସହ ମିଶି ସେ ବେଶ କିଛି ସମୟ ନାଚିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମୁଣ୍ଡରେ ଆଦିବାସୀଙ୍କ ହେଡଗିୟର ଲଗାଇଥିଲେ। ଏଥିସହ ସେମାନଙ୍କ ପାରମ୍ପରିକ କୋମ୍ମୁ କୋୟାରେ ଭାଗ ନେଇ ନାଚିଥିଲେ। ତେଲେଙ୍ଗାନାର ଭଦ୍ରାଚାଲମ ଠାରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାପୂର୍ବରୁ ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାରେ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ସମୟରେ ଢୋଲ ବଜାଇ ଥିଲେ। ଏହାପରେ ଦୀପାବଳି ପାଇଁ ୩ ଦିନ ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ ରଖାଯାଇଥିଲା। ଆଜି ରାହୁଲ ଗାନ୍ଧି ପୁଣି ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଆଦିବାସୀଙ୍କ ସହ ପାରମ୍ପରିକ ନୃତ୍ୟ କରିଛନ୍ତି। ୨୦୧୯ରେ ରାହୁଲ ଗାନ୍ଧି ଛତିଶଗଡ଼ର ରାୟପୁରରେ ଆୟୋଜିତ ନ୍ୟାଶନାଲ ଟ୍ରାଇବାଲ ଡ୍ୟାନ୍ସ ଫେଷ୍ଟିବାଲରେ ସାମିଲ ହୋଇଥିଲେ।ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ନୀତି ଓ ଦେଶରେ ବଢ଼ୁଥିବା ସାଂପ୍ରଦାୟିକ ବିଦ୍ୱେଷ ବିରୋଧରେ ରାହୁଲ ଗାନ୍ଧି ସେପ୍ଟେମ୍ବର ୭ରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛନ୍ତି। ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅକ୍ଟୋବର ୨୭ରେ ୫୦ ଦିନ ପୂରଣ କରିଥିଲା। ଏବେ ରାହୁଲ ଗାନ୍ଧି ଓ କଂଗ୍ରେସ କର୍ମୀମାନେ ଆହୁରି ୧୦୦ ଦିନ ଚାଲି ଚାଲି କଶ୍ମୀରରେ ପହଞ୍ଚିଥିବେ। ସେଠାରେ ପହଞ୍ଚିବା ପରେ ଭାରତ ଯୋଡ଼ୋ ପଦଯାତ୍ରା ଶେଷ ହେବ।

Show More

Related Articles

Back to top button