Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
Trending

ଏବେ ପାକିସ୍ତାନ ଓ ଚୀନର ହେବ ହାର୍ଟଫେଲ୍, ବାୟୁସେନାରେ ସାମିଲ ହେଲା ରାଫେଲ୍

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଜି ପାଞ୍ଚଟି ରାଫେଲ୍ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ।

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଜି ପାଞ୍ଚଟି ରାଫେଲ୍ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି । ରାଫେଲ୍ ବିମାନକୁ ଭାରତୀୟ ବାୟୁସେନାରେ ଔପଚାରିକ ଭାବେ ସାମିଲ କରିବା ପାଇଁ ଅମ୍ୱାଲା ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲି, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ପ୍ରମୁଖ ଉପସ୍ଥିତ ଥିଲେ । ରାଫେଲ ବିମାନ ଭାରତୀୟ ବାୟୁସେନାରେ ଯୋଗଦେବା ପରେ ଭାରତୀୟ ବାୟୁସେନାର ଶକ୍ତି ପୂର୍ବାପେକ୍ଷା ଅନେକ ପରିମାଣରେ ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ, ପ୍ରାୟ ଚାରି ବର୍ଷ ପୂର୍ବେ ଭାରତ 59,000 କୋଟି ଟଙ୍କା ବ୍ୟୟରେ 36 ଟି ରାଫେଲ ବିମାନ କିଣିବା ପାଇଁ ଫ୍ରାନ୍ସ ସହିତ ଚୁକ୍ତି କରିଥିଲା ।

Show More

Related Articles

Back to top button