Breaking PLUSଓଡ଼ିଶାମୁଖ୍ୟ ଖବର
୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର

ରେଢ଼ାଖୋଲ- ୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର । ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ମୃତଦେହ ନେଉନାହାନ୍ତି । ୩ ଦିନରୁ ବୁର୍ଲା ମେଡିକାଲରେ ପଡ଼ିରହିଛି ଯୁବତୀଙ୍କ ମୃତଦେହ । ଗିରଫ ଅଭିଯୁକ୍ତକୁ ଗାଁରୁ ବିତାଡ଼ିତ କରିବା ଦାବିରେ ଅଡ଼ି ବସିଛନ୍ତି ପରିବାର । ପରିବାର ଲୋକଙ୍କୁ ପ୍ରଶାସନର ବୁଝାସୁଝା, ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ।