ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବର

ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ବିୟୋଗରେ ସ୍ତବ୍ଧ ବ୍ରିଟେନ

ଆରପାରିରେ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ । ମୃତ୍ୟ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲାବେଳେ ସେ ସ୍କଟଲାଣ୍ଡ୍‌ର ବାଲ୍‌ମୋରାଲ କାସଲେରେ ଥିଲେ। ସର୍ବାଧିକ ୭0 ବର୍ଷ ଧରି ସେ ଶାସନ କ୍ଷମତାରେ ରହିଥିଲେ । ତେବେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ। ଏ ନେଇ ବକିଂହାମ୍‌ ପ୍ୟାଲେସ୍‌ ପକ୍ଷରି ସୂଚନା ମିଳିଛି ।

 ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଟୁଇଟ୍‌ କରି ମହାରାଣୀଙ୍କ ପରଲୋକରେ ଶୋକବ୍ୟକ୍ତ କରିବାସହ କହଛନ୍ତି , ମହାରାଣୀଙ୍କ ପରଲୋକ ଖବରରେ ଆମେ ସମସ୍ତେ ମର୍ମାହତ। ଏହା ବ୍ରିଟେନ ତଥା ବିଶ୍ୱ ପାଇଁ ଏକ ବଡ଼ ଝଟ୍‌କା । ସେ କହିଛନ୍ତି ରାଣୀ ହେଉଛନ୍ତି ଏକ ବୃହତ ଶିଳାଖଣ୍ଡ, ଯାହା ଉପରେ ଆଧୁନିକ ବ୍ରିଟେନ ନିର୍ମାଣ ହୋଇଥିଲା। ଆଜି ବ୍ରିଟେନ ଯଦି ଏତେବଡ଼ ହୋଇଛି, କେବଳ ତାଙ୍କ ପାଇଁ। ମହାରାଣୀ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏବଂ ଦେଶବାସୀଙ୍କ ନିମନ୍ତେ ପ୍ରେରଣାର ଉତ୍ସ ଥିଲେ। ତାଙ୍କର କର୍ତ୍ତବ୍ୟପ୍ରତି ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ।

ମହାରାଣୀଙ୍କ ମହାପ୍ରୟାଣ ପରେ ୭୩ ବର୍ଷୀୟ ଚାଲର୍‌ସ ନୂଆ ରାଜା ହୋଇଛନ୍ତି। ସେ ଆନୁଷ୍ଠାନିକ ଭାବେ ରାଜ ପଦରେ ଅଭିଷିକ୍ତ ହେବା ପରେ କିଙ୍ଗ୍‌ ଚାଲର୍‌ସ ତୃତୀୟ ଭାବେ ପରିଚିତ ହେବେ। ବ୍ରିଟିଶ ରାଜପରିବାର ଇତିହାସରେ ରାଜା ପଦ ପାଇବା ସର୍ବାଧିକ କାଳ ପ୍ରତୀକ୍ଷାରେ ରହିଥିଲେ। ଏଥିସହିତ ସେ ରାଜା ହେବାରେ ମଧ୍ୟ ବ୍ରିଟିଶ ଇତିହାସରେ ସର୍ବବରିଷ୍ଠ।

ମହାରାଣୀଙ୍କ ସମ୍ମାନାର୍ଥେ ବ୍ରିଟେନ୍‌ଓ୍ବେର ପ୍ରାସାଦରେ ପତାକାକୁ ୧୦ ଦିନ ଅର୍ଦ୍ଧନମିତ ରଖାଯିବା ଲାଗି ସରକାରୀ ଭାବେ ଘୋଷଣା କରାଯାଇଛି। ବ୍ରିଟେନ ଓ ଅନ୍ୟ ୧୪ଟି ରାଜତନ୍ତ୍ର ଏବଂ ୫୪ ସଦସ୍ୟ ବିଶିଷ୍ଟ ରାଜ୍ୟଗୋଷ୍ଠୀ ଦେଶରମୁଖ୍ୟ ରହିଆସିଥିବା ଏଲିଜାବେଥ୍‌ ବିଶ୍ୱର ସର୍ବାଧିକ ସମ୍ମାନାସ୍ପଦ ବ୍ୟକ୍ତି ମାନ୍ୟତା ପାଇଥିଲେ। ମହାରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନର ନୂଆ ରାଜା ଭାବେ ଓ୍ବେଲ୍ସର ପୂର୍ବତନ ରାଜକୁମାର ଚାଲର୍‌ସ ଦାୟିତ୍ୱ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ, ଚାର୍ଲସ ଓ ମହାରାଣୀ ହେବାକୁ ଥିବା ତାଙ୍କ ସ୍ତ୍ରୀ କାମିଲା ବାଲ୍‌ମୋରାରେ ରହିଛନ୍ତି। ଶୁକ୍ରବାର ଉଭୟେ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ।

ସୂଚନା ଥାଉ କି , ଏଲିଜାବେଥ୍‌ ଆଲେକଜାଣ୍ଡ୍ରା ମ୍ୟାରୀ (ରାଣୀ ଏଲିଜାବେଥ୍‌-୨ୟ) ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନର ମେଫେୟାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାଜା ଜର୍ଜ-୬ ଏବଂ ମାତା ମହାରାଣୀ ଏଲିଜାବେଥ୍‌। ଏଲିଜାବେଥ୍‌-୨ୟ ୧୯୪୭ ନଭେମ୍ବରରେ ଗ୍ରୀସ୍‌ ଓ ଡେନ୍‌ମାର୍କର ପୂର୍ବତନ ଯୁବରାଜ ଫିଲିପ୍‌ ମାଉଣ୍ଟବ୍ୟାଟେନ୍‌ଙ୍କୁ ବିବାହ କରିଥିଲେ। ୧୯୫୨ରେ ପିତା ଜର୍ଜ-୬ଙ୍କ ମୃତ୍ୟୁବେଳକୁ ଏଲିଜାବେଥ୍‌-୨ୟଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ସେ ବ୍ରିଟେନର ରାଣୀ ହୋଇଥିଲେ। ତାଙ୍କ ଶାସନକାଳରେ ବ୍ରିଟେନର ବହୁ ରାଜନୈତିକ ପରିବର୍ତ୍ତନ ଘଟିଛି। ଲିଜ୍‌ ଟ୍ରସ୍‌ଙ୍କ ସମେତ ୧୫ ଜଣ ତାଙ୍କ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ସମୟରେ ବ୍ରିଟେନ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥା, ଶୀତଳ ଯୁଦ୍ଧର ଅନ୍ତ, ୟୁରୋପୀୟ ୟୁନିୟନ(ଇୟୁ)ରେ ବ୍ରିଟେନ୍‌ ସାମିଲ ଏବଂ ବ୍ରେକ୍‌ଜିଟ୍‌ ଆଦି ସ୍ଥିତି ଘଟଣାବଳୀକୁ ଦେଖିଆସିଛି।

 

Show More

Related Articles

Back to top button