ଅପରାଧଓଡ଼ିଶାସ୍ୱତନ୍ତ୍ର

ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା

ଶ୍ରୀକ୍ଷେତ୍ରରେ ପଡିଲା ରକ୍ତର ଛିଟା

ପୁରୀ: ଶ୍ରୀକ୍ଷେତ୍ରରେ ପଡିଲା ରକ୍ତର ଛିଟା । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା । ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପୁରୀ ଜିଲ୍ଲା  ବାରବାଟୀ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଆଜି ସକାଳେ କୃଷ୍ଣଚନ୍ଦ୍ର ଲୋକନାଥ ରୋଡ ବାରବାଟୀ ନିକଟରେ ଥିବାବେଳେ କିଛି ଦୁର୍ବୃତ୍ତମାନେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳି କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଲୁସାରେ , କୃଷ୍ଣଚନ୍ଦ୍ରଙ୍କ ଘର ପୁରୀ ହରଚଣ୍ଡୀ ସାହିରେ । ସେ ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ଥିଲେ। ଗୁନ ସିଂହାରୀ ହତ୍ୟା ଘଟଣାରେ ଦୁଇମାସ ତଳେ ସେ କୋର୍ଟରୁ ନିର୍ଦୋଶରେ ଖଲାସ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ମାନେ ନିଜର ମତ ରଖିଛନ୍ତି । ସେବାୟତଙ୍କୁ ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ତାହାସହ ଦୁଇ ଦୁର୍ବୃତ୍ତ ବାଇକରେ ଆସି କୃଷ୍ଣଚନ୍ଦ୍ରଙ୍କୁ ଗୁଳିକରିଥିଲେ । ଜମି ବିବାଦକୁ ନେଇ ଏହି ଗଳୁଳିକାଣ୍ଡ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରୁ ୩ଟି ବ୍ୟବହୃତ ଗୁଳି ମଧ୍ୟ ଜବତ କରିଛି ପୁଲିସ । ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ୪ଟି ଦଳ ଗଠନ କରିଛି । ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳ ସମେତ ଡାକ୍ତରଖାନାକୁ ଯାଇଛନ୍ତି ।

Show More

Related Articles

Back to top button