Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ସେପ୍ଟେମ୍ବର ୪ ନୌସେନା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ପୁରୀ ବେଳାଭୂମିରେ ଶୁଭୁଛି ଯୁଦ୍ଧପୋତର ଗର୍ଜନ, ଆକାଶ ଚିରୁଛି ଲଢ଼ୁଆ ବିମାନ, କଳାକୌଶଳ ଦେଖାଉଛି ହେଲିକପ୍ଟର । ଯୁଦ୍ଧକୌଶଳ ଦେଖାଉଛନ୍ତି ନୌବୀର ଓ ପାରାଟ୍ରୁପର୍ । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନେଭି ଡେ’ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ ।