Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କଟକଣା, ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀରେ ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା' ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ।

ପୁରୀରେ ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଛି। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ।

ଜିଲ୍ଲାପାଳ ଆହୁରି କହିଛନ୍ତି, ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ।

ପୁରୀ ଏସ୍‌ପି କହିଛନ୍ତି ଯେ ବଡ଼ଦାଣ୍ଡରେ ୨୦୦ରୁ ଅଧିକ ଘର ରହିଛି। ଘରଗୁଡ଼ିକର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଲୋକଙ୍କୁ ଆଦୌ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ପୁଲିସ୍ ମୁତୟନ ହେବେ।

Show More

Related Articles

Back to top button