Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ମାର୍ଗଶିର କୃଷ୍ଣ ଦଶମୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ପଇତାଲାଗି ନୀତି । ମହାପ୍ରଭୁଙ୍କ ଏହି ନୀତି ଅପରାହ୍ନରେ ସମ୍ପନ୍ନ ହେବ । ଏନେଇ ଆଜି ଅପରାହ୍ନ ୪ଟାରୁ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ । ଶ୍ରୀବିଗ୍ରହଙ୍କ ଏହା ଏକ ଗୁପ୍ତ ନୀତି ବୋଲି ସେବକମାନେ ସୂଚନା ଦେଇଛନ୍ତି । ତେବେ ଆଜି ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ପଇତା ଲାଗି ସମୟ ଧାର୍ଯ୍ୟ ହୋଇଛି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ସେବା ଅନୁଷ୍ଠିତ ହେବ ।

Show More

Related Articles

Back to top button