ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱାସ୍ଥ୍ୟ
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କରୋନା ଆକ୍ରାନ୍ତ
ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଗଜପତିଙ୍କ ବ୍ୟକ୍ତିଗତ ସଚିବ

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କରୋନା ଆକ୍ରାନ୍ତ ଅଛନ୍ତି । ତାଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ଏନେଇ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଗଜପତିଙ୍କ ବ୍ୟକ୍ତିଗତ ସଚିବ।
ସୂଚନା ମୁତାବକ, ଗଜପତି ମହାରାଜା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତ କାର୍ୟ୍ୟକ୍ରମରେ ଯୋଗଦେଇପାରିବେ ନାହିଁ । ତାଙ୍କୁ ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ସ୍ୱାଗତ କରିବାର କାର୍ୟ୍ୟକ୍ରମ ରହିଥିଲା । ରିପୋର୍ଟରେ ଗଜପତି କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବାରୁ ,ଆଜି ରାଷ୍ଟ୍ରପତିଙ୍କ ସ୍ୱାଗତ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ସେ ଯୋଗଦେଇପାରିବେ ନାହିଁ। ଆଗାମୀ ୭ ଦିନ ପର୍ୟ୍ୟନ୍ତ ଗଜପତି ମହାରାଜା ସଙ୍ଗରୋଧରେ ରହିବେ।