Breaking PLUSଓଡ଼ିଶାମୁଖ୍ୟ ଖବର

ସାବୁନ କାରଖାନାରେ ଅଗ୍ନିକାଣ୍ଡ

ପୁରୀ ସ୍ଥିତ ମଙ୍ଗଳାଘାଟ ନିକଟରେ ଥିବା ଏକ ସାବୁନ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଜିଲା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଅଢ଼େଇ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।ଏହି କାରଖାନାରେ ସାବୁନ ପ୍ରସ୍ତୁତ ପାଇଁ ଥିବା ତେଲ ଏବଂ ଅନ୍ୟାନ୍ୟ କଞ୍ଚାମାଲରେ ନିଆଁ ଲାଗିବା ଯୋଗୁଁ ତାହା ତୁରନ୍ତ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡ ବେଳେ ଅନେକ କର୍ମଚାରୀ କାର୍ଯ୍ୟ କରୁଥିଲେ ହେଁ ସେମାନେ ତୁରନ୍ତ ବାହାରିଯିବାରୁ ଅଘଟଣରୁ ବର୍ତ୍ତି ଯାଇଥିଲେ। ନିଆଁରେ ପୋଡ଼ି ହୋଇ କାରଖାନାର ଆଜବେଷ୍ଟସ ଗଳି ପଡ଼ିଥିଲା। ଏଠାରେ ଲକ୍ଷାଧିକ ଟଙ୍କାର ସାବୁନ ତିଆରି କଞ୍ଚାମାଲ, ସାବୁନ, ଫୁଲ ଝାଡ଼ୁ, ଘିଅ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। କିଛି ଜିନିଷପତ୍ରକୁ ଆଗ୍ନିକମାନେ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Show More

Related Articles

Back to top button