Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସର ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ

କଂଗ୍ରେସର ୫ ରାଜ୍ୟରେ ପରାଜୟ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସର ୫ ରାଜ୍ୟରେ ପରାଜୟ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ସୋନିଆ ଗାନ୍ଧିଙ୍କୁ ପଠାଇବା ପରେ ଟ୍ୱିଟରରେ ଏହାକୁ ପୋଷ୍ଟ କରିଛନ୍ତି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ପଞ୍ଜାବ କଂଗ୍ରେସର ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ଦାବି କରିଥିଲେ।  ସିନ୍ଧୁଙ୍କୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅଧ୍ୟକ୍ଷ କରାଯାଇଥିଲା ଓ ସେ ଏହି ପଦରେ ୮ ମାସ ରହିଥିଲେ। ଅମୃତସର ପୂର୍ବ ସିଟ୍‌ରୁ ଆପ୍‌ ପ୍ରାର୍ଥୀ ଜୀବନଜ୍ୟୋତି କୌରଠାରୁ ହାରିବାର ଠିକ୍ ୬ ଦିନ ପରେ ସିଦ୍ଧୁ ଏହି ଇସ୍ତଫା ଦେଇଛନ୍ତି।  କଂଗ୍ରେସର ପରାଜୟ ପରେ ଦଳର ଅଧ୍ୟକ୍ଷ ସିଦ୍ଧୁଙ୍କୁ ପ୍ରଥମେ ଇସ୍ତଫା ମାଗିଥିଲେ। କଂଗ୍ରେସ ମହାସଚିବ ସନ୍ଦୀପ ସିଂହ ସୁରଜେଓ୍ୱାଲ ଟ୍ୱିଟ୍ କରିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର ପିସିସି ଅଧ୍ୟକ୍ଷଙ୍କୁ କହିଛନ୍ତି ସେମାନେ ଦଳର ପୁନଃଗଠନର ସୁବିଧା ପାଇଁ ନିଜ ପଦରୁ ଇସ୍ତଫା ଦିଅନ୍ତୁ।

 

 

 

 

Show More

Related Articles

Back to top button