Breaking PLUSଓଡ଼ିଶାମୁଖ୍ୟ ଖବର

ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ – ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ଵର: ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସୋମବାର ଲୋକସେବା ଭବନରେ ଚାଲିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ବିବାଦକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଥିବା ଦ୍ଵନ୍ଦ୍ଵ ଦୂର କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ସମ୍ପୂର୍ଣ୍ଣ ମିଛ। ଯାହା ବଳକା କାଠ ଅଛି ଦାରୁ ଘରେ ଅଛି। ଆଉ ଯାହା ଦଇତାପତି ନିଯୋଗ ପାଖରେ ଅଛି ତାହା ଦାରୁ ଘରକୁ ଅଣାଯିବ। ସବୁ କାଠକୁ ଗଣତି କରାଯାଇ ଦାରୁ ଘରେ ରଖାଯିବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

Show More

Related Articles

Back to top button