Breaking PLUSଓଡ଼ିଶାମୁଖ୍ୟ ଖବର
୧୫୫ ଓଏଏସ ଅଧିକାରୀଙ୍କୁ ପଦୋନ୍ନତି
ରାଜ୍ୟ ସରକାର ଏକକାଳୀନ ୧୫୫ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ସରକାର ନିକଟ ଅତୀତରେ ଓଏଏସ୍ କ୍ୟାଡ଼ରର ପୁନର୍ଗଠନ କରି ଅଧିକ ପଦବୀ ସୃଷ୍ଟି କରିଥିଲେ। ତେବେ ରାଜ୍ୟ ପ୍ରଶାସନିକ ସେବାରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଓଏଏସଙ୍କୁ ଏକକାଳୀନ ପଦୋନ୍ନତି ଦିଆଯାଇଛି ।

ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ସଚିବ ପାହ୍ୟାରେ କାମକରୁଥିବା ୩୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି । ସେହିପରି ସୁପରଟାଇମ୍ ସ୍କେଲରେ କାମକରୁଥିବା ୧୨୧ଜଣ ଅଫିସରଙ୍କୁ ଆଜି ଏସଏଜି ଗ୍ରେଡ୍ ଅବା ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହି ସମସ୍ତ ଅଫିସରଙ୍କୁ ନିଜ ନିଜ ସ୍ଥାନରେ କାର୍ୟ୍ୟ କରିବାକୁ କୁହାଯାଇଛି।