Breaking PLUSଅପରାଧଆଇନ କାନୁନଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱାସ୍ଥ୍ୟ

ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ ମାମଲା : ଦୁଇ ଦୋଷୀଙ୍କୁ ୧୪ ବର୍ଷ ଜେଲ

ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ଆକ୍ରମଣ ମାମଲାର ରାୟ ସୋମବାର ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଗତ ୨୦୦୯ ମସିହା ଅପ୍ରେଲ ୧୮ ତାରିଖରେ ଜଣେ ପାରା ମିଲିଟାରୀ କର୍ମଚାରୀ ସନ୍ତୋଷ କୁମାର ବେଦାନ୍ତ ନିର୍ବାଚନ ଡିୟୁଟି ରେ ଜଗତସିଂହପୁର ଜିଲ୍ଲାର ତ୍ତିର୍ତ୍ତୋଲ କୁଆସି ଏକତରଫା ପ୍ରେମରେ ବିଫଳ ହୋଇ ପ୍ରମୋଦିନି ଙ୍କ ଉପରେ ଏସିଡ୍ ମାଡ଼ କରିଥିଲା । ଏହି ମାମଲାକୁ ୨୦୧୨ ମସିହାରେ ପୋଲିସ ତରଫରୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ତତ୍କାଳୀନ ଏସପି ଜୟ ନାରାୟଣ ପଙ୍କଜ ଏହି କେସ କୁ ରି-ଓପନ କରିଥିଲେ। ଯାହାର ଆଜି ଜଗତସିଂହପୁର ମହିଳା କୋର୍ଟ ଙ୍କ ତରଫରୁ ଏସିଡ୍ ମାଡ଼ ଘଟଣା ର ଆଜି ରାୟ ପ୍ରକାଶ କଲେ ମାନ୍ୟବର ମହିଳା କୋର୍ଟର ଅତିରିକ୍ତ ଜଜ ଶ୍ରୀମତୀ ରଶ୍ମିତା ସାହୁ ଏହି ଘଟଣାରେ ସମସ୍ତ ସାକ୍ଷୀ ଙ୍କ ବୟାନ କୁ ଆଧାର କରି ଏସ୍ଡ଼ି ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂହ ରାୟ ଙ୍କୁ ମାନ୍ୟବର କୋର୍ଟ ୧୪ ବର୍ଷର ଶଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ର ଜୋରିମାନା ରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଛଅ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ରାୟ ପ୍ରକାଶ ପାଇବା ପରେ ପୀଡିତା ମାନ୍ୟବର ଅଦାଲତ ଙ୍କ ରାୟ କୁ ସମ୍ମାନ ଜଣାଇଛନ୍ତି। ପୀଡିତା ଙ୍କ ପକ୍ଷରୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ। କିନ୍ତୁ ଅଭିଯୁକ୍ତ ଦ୍ୱୟଙ୍କୁ ଯେଉଁ ଦଣ୍ଡ ମିଳିଛି ତାହା ସନ୍ତୋଷଜନକ ନୁହେଁ । ହେଲେ ସେ ରାୟକୁ ସମ୍ମାନ ଜଣାଉଛନ୍ତି । କାରଣ ଅନେକ ଏସିଡ୍ ପୀଡିତା ନିରାଶ ହୋଇ ପଡାଥିବା ବେଳେ ଏହି ରାୟ ସେମାନଙ୍କ ମନରେ ଆଶା ସଞ୍ଚାର କରିବ । ବାସ୍ତବରେ ୧୩ ବର୍ଷ ହେଲା ସେ ଯେଉଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତାହା ଅବର୍ଣ୍ଣନୀୟ । ଏଥିପାଇଁ ସେ ସଂଗ୍ରାମ ଜାରି ରଖିଛନ୍ତି । ସେ ୨୦୨୧ ମାର୍ଚ୍ଚ ୧ରେ ସରୋଜ କୁମାର ସାହୁଙ୍କୁ ବିବାହ କଲା ପରେ ତାଙ୍କର ମନୋବଳ ବଢିଯାଇଛି । ନିଜ ସହ ସେ ଅନ୍ୟ ଏସିଡ୍ ପୀଡିତା ନିରାଶ ନହେବା ପାଇଁ କାମ କରୁଛନ୍ତି ।

Show More

Related Articles

Back to top button